34.1 C
Bhubaneswar
Friday, March 29, 2024
Homeଅପରାଧ୧୮ଦିନ ହେଲା ମା’ପୁଅ ନିଖୋଜ

୧୮ଦିନ ହେଲା ମା’ପୁଅ ନିଖୋଜ

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାହୁପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୈତ୍ରତ୍ରିଲୋଚନପୁର ଗ୍ରାମର ବିଶ୍ୱଜିତ୍ ସାହୁଙ୍କ ପତ୍ନୀ ଯାଜ୍ଞସେନୀ ଚମ୍ପତ୍ତି (୨୪) ଏବଂ ସାନପୁଅ ଦିବ୍ୟାଂଶୁ ୧୮ଦିନ ଦିନ ହେଲା କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି । ଏହାକୁ ନେଇ ବିଶ୍ୱଜିତ୍ ଓ ତାଙ୍କ ଶଶୁରଘର ମଧ୍ୟରେ ତିକ୍ତତା ବୃଦ୍ଧିପାଇ ଘଟଣା ଗଡିଶାଗୋଦା ଥାନାରେ ପହଞ୍ଚିଛି ।
ସୂଚନା ଅନୁଯାୟୀ, ମୈତ୍ରତ୍ରିଲୋଚନପୁର ଗ୍ରାମର ସ୍ୱର୍ଗତ ବିଜୟ କୁମାର ସହୁଙ୍କ ପୁତ୍ର ବିଶ୍ୱଜିତ୍ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟ ପୋଫାବରମ ଠାରେ ସିଲଟେକ୍ସ କମ୍ପାନୀରେ ୫ମାସ ହେଲା କାର୍ଯ୍ୟକରୁଥିଲେ । ଗତ ଡିସେମ୍ବର ମାସରେ ବିଶ୍ୱଜିତ୍ ଘରକୁ ଆସିଥିବାବାଳେ ପତ୍ନୀ ଯାଜ୍ଞସେନୀ ସାଥୀରେ ଯିବାପାଇଁ ଜିଦ୍ ଧରିବାରୁ ଡିସେମ୍ବର ୧୮ତାରିଖରେ ବିଶ୍ୱଜିତ୍ ପତ୍ନୀ ଯାଜ୍ଞସେନୀ ଏବଂ ପୁତ୍ର ଦିବ୍ୟାସୁଙ୍କୁ ନେଇ କାକିନାଡ଼ା ଯାଇଥିଲେ । ଡିସେମ୍ବର ୨୯ତାରିଖ ରାତିରେ ଯାଜ୍ଞସେନୀ ଓ ଦିବ୍ୟାଂଶୁ ବସାଘରୁ ସ୍ୱାମୀକୁ ବାହାରପଟୁ ତାଲା ପକାଇ କେଉଁଆଡେ ପଳାଇଯାଇଥିଲେ । ସକାଳୁ ବିଶ୍ୱଜିତ୍ ପତ୍ନୀ ଏବଂ ପୁତ୍ରଙ୍କୁ ବହୁ ଖୋଜାଖୋଜି କରି ନପାଇବାରୁ କାକିନାଡ଼ା ନିକଟସ୍ଥ ଧିମାପୁର ଥାନାରେ ପତ୍ନୀ ଓ ପୁତ୍ରଙ୍କ ନିଖୋଜ ସମ୍ପର୍କରେ ଏତାଲା ଦେଇଥିଲେ ।
ସେହିଦିନ ତ୍ୱିଶ୍ୱଜିତଙ୍କ ପିତା ବିଜୟ ସାହୁ ହୃଦଘାତରେ ମୃତ୍ୟୁବରଣ କରିବା ଖବର ପାଇ ବିଶ୍ୱଜିତ୍ ଏକୁଟିଆ ଗାଁକୁ ପଳାଇ ଆସିଥିଲେ । ବିଶ୍ୱଜିତ୍ ଏକୁଟିଆ ଆସିଥିବାରୁ ଶଶୁରଘର ଲୋକେ ସନ୍ଦେହ କରି ଗଡିଶାଗୋଦା ଥାନାରେ ବିଶ୍ୱଜିତ୍ ନାମରେ ଅଭିଯୋଗ କରିଥିଲେ । ଗଡିଶାଗୋଦା ଥାନା ପକ୍ଷରୁ ତଦନ୍ତ ଚାଲିଥିବାବେଳେ ଯାଜ୍ଞସେନୀ ଓ ସାନପୁଅ ଦିବ୍ୟାଂଶୁ ଓଡିଶାରେ କେଉଁ ସ୍ଥାନରେ ଥିବା ବିଶ୍ୱଜିତ୍ ସୂଚନା ଦେଉଛନ୍ତି । ଯଦି କୌଣସି ବ୍ୟକ୍ତି ଯାଜ୍ଞସେନୀ ଓ ଦିବ୍ୟାଂଶୁୁଙ୍କ ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନାରେ ଜଣାଇବାକୁ ବିଶ୍ୱଜିତ୍ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking