27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶସମାଜସେବା କରୁଛି, କରିବି, ପଦପଦବୀ ଆବଶ୍ୟକ ନାହିଁ: ରବର୍ଟ ଭଦ୍ରା

ସମାଜସେବା କରୁଛି, କରିବି, ପଦପଦବୀ ଆବଶ୍ୟକ ନାହିଁ: ରବର୍ଟ ଭଦ୍ରା

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିବା ଗାନ୍ଧୀ ପରିବାରର ଜାମାତା ତଥା ବିଶିଷ୍ଟ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ଆଜି ଆଉ ଏକ ବିବୃତ୍ତି ସାମ୍ନାକୁ ଆସିଛି । ରବର୍ଟ କେତେକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ସେ ଧର୍ମକୁ ନେଇ ରାଜନୀତି କରନ୍ତି ନାହିଁ କିମ୍ବା ଏଥିରେ ବିଶ୍ୱାସ ମଧ୍ୟ କରନ୍ତି ନାହିଁ । ସେ ଆଜି ପର୍ଯ୍ୟନ୍ତ କେବଳ ସମାଜସେବା କରିଆସିଛନ୍ତି ଏବଂ ଏହା ଆଗକୁ ମଧ୍ୟ ସେ ଜାରି ରଖିବେ । ସମାଜସେବା କରିବା ପାଇଁ ତାଙ୍କୁ କୌଣସି ପଦ ପଦବୀର ଆବଶ୍ୟକତା ମଧ୍ୟ ନାହିଁ । ସେ କେବଳ ଦେଶରେ ସୁଖ ଶାନ୍ତି ବଜାୟ ରହୁ ବୋଲି ଚାହାନ୍ତି । ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି । ପ୍ରକାଶ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଲୋକସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ତାଙ୍କୁ କୌଣସି ଗୋଟିଏ ଆସନରୁ ମଧ୍ୟ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆନଯିବାକୁ ନେଇ ଏପ୍ରକାର ପ୍ରତିକ୍ରିୟା ରଖିଛନ୍ତି ।  ଏହି ଅବସରରେ ସେ ସେ ବିଜେପିକୁ ଟାର୍ଗେଟ୍ କରିବା ମଧ୍ୟ ଦେଖିବାକୁ ମିଳିଛି । ଦେଶରେ ଏବେ ଧର୍ମକୁ ନେଇ ରାଜନୀତି ଚାଲିଛି ବୋଲି ରବର୍ଟ ଭଦ୍ରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking