ଭୁବନେଶ୍ୱର : ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା । ଏହି ଦୁର୍ଘଟଣା ଫଳରେ ୫ ଜଣ ଆହତ ହୋଇଛନ୍ତି । ଏକାଧିକ କାରକୁ ଧକ୍କା ଦେଇଛି ଟ୍ରକ । ଯାହା ଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଯାହାଫଳରେ ଏନଏଚରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଗାଡି ଚଳାଚଳକୁ ସ୍ୱଭାବିକ ହୋଇଛି । ତେବେ ସମସ୍ତ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।