ମୁମ୍ବାଇ: ସେନ୍ସେକ୍ସ ଓ ନିଫ୍ଟି ସୂଚକାଙ୍କରେ ଉନ୍ନତି ପରିଲକ୍ଷିତ ହୋଇଛି । ଗୁରୁବାର ଷ୍ଟକ୍ ଏକ୍ସଚେଞ୍ଜ କାରବାର ଶେଷ ସୁଦ୍ଧା ସେନ୍ସେକ୍ସ ୩୪୮.୮୦ ପଏଣ୍ଟ ବୃଦ୍ଧି ପାଇ ୬୦,୬୪୯.୩୮ରେ ପହଞ୍ଚିଛି । ଅପରପକ୍ଷରେ ନିଫ୍ଟି ସୂଚକାଙ୍କ ୧୦୧.୪୫ ପଏଣ୍ଟ ବୃଦ୍ଧି ପାଇ ୧୭ଳ୯୧୫.୦୫ ଛୁଇଁଥିବା ଜଣାପଡିଛି ।
ସେନ୍ସେକ୍ସ ବୃଦ୍ଧି ପାଇଥିବା କାରଣରୁ ବଜାଜ ଫାଇନାନ୍ସ, ବଜାଜ୍ ଫିନସର୍ଭ, ଇନ୍ଫୋସିସ୍, ଭାରତୀ ଏୟାରଟେଲ, କୋଟାକ୍ ମହିନ୍ଦ୍ରା, ଲାର୍ସନ ଆଣ୍ଡ୍ ଟ୍ୟୁବ୍ରୋ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଆଇଟିସି, ଟେକ୍ ମହିନ୍ଦ୍ରା, ଟାଟା ଷ୍ଟିଲ, ଟାଟା ମୋଟର୍ସ, ଟାଇଟାନ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ନେସ୍ଲେ ଭଳି କମ୍ପାନୀ ଲାଭବାନ ହୋଇଥିବାବେଳେ ହିନ୍ଦୁସ୍ତାନ ୟୁନିଲିଭର, ପାୱାରଗ୍ରୀଡ୍, ଆକ୍ସିସ୍ ବ୍ୟାଙ୍କ, ଟିସିଏସ୍, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏସିଆନ ପେଣ୍ଟ୍ସ ଓ ୱିପ୍ରୋ ଭଳି କମ୍ପାନୀଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି ।