22.1 C
Bhubaneswar
Wednesday, January 15, 2025
Homeବିଜିନେସ୍ସେନ୍‌ସେକ୍ସରେ ବୃଦ୍ଧି ଜାରି: ଇକ୍ଟିଟି ବଜାରରେ ବଢ଼ିଛି ନିବେଶ

ସେନ୍‌ସେକ୍ସରେ ବୃଦ୍ଧି ଜାରି: ଇକ୍ଟିଟି ବଜାରରେ ବଢ଼ିଛି ନିବେଶ

ଗତ ଦୁଇଦିନରେ ନିବେଶକଙ୍କ ୭.୨୧ ଲକ୍ଷ କୋଟି ଲାଭ
ନୂଆଦିଲ୍ଲୀ : ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ବୃହତ୍ ବୃଦ୍ଧି ଘଟିଛି । ସପ୍ତାହର ତୃତୀୟ କାରବାର ଦିବସରେ ଭାରତୀୟ ବଜାରରେ ଚମକ୍ ଦେଖାଯାଇଛି । ରୁଷ୍ ବିରୋଧରେ ୟୁରୋପୀୟ ୟୁନିୟନ୍ ତଥା ଆମେରିକାର ନଗଦ କଟକଣା ସତ୍ତ୍ୱେ ଭାରତୀୟ ପୁଞ୍ଜିବଜାରରେ ଅସ୍ଥିରତା ଦେଖାଯାଇନାହିଁ । ନିବେଶକଙ୍କ ଫାଇଦା ହୋଇଛି । ଆଜି କାରବାର ଶେଷ ବେଳକୁ ବିଏସ୍‌ଇରେ ୧୨୨୩.୨୪ ପଏଣ୍ଟ୍ ବୃଦ୍ଧି ଘଟି ୫୪,୬୪୭.୩୩ ପଏଣ୍ଟ୍‌ରେ ବନ୍ଦ ରହିଛି । ଅପରପକ୍ଷରେ ନିଫ୍ଟିରେ ମଧ୍ୟ ୩୩୧.୯୦ ପଏଣ୍ଟ୍ ବୃଦ୍ଧି ଘଟିଛି । କାରବାର ଶେଷ ବେଳକୁ ଏନ୍‌ଏସ୍‌ଇ ୧୬,୩୪୫.୩୫ ପଏଣ୍ଟ୍‌ରେ ବନ୍ଦ ରହିଛି ।

ଆଜିର କାରବାରରେ ମେଟାଲ୍ ସେକ୍ଟର ଅତିରିକ୍ତ ଅନ୍ୟ ସମସ୍ତ ସେକ୍ଟରେ ବୃଦ୍ଧି ଦେଖିବାକୁ ମିଳିଛି । ଆଜିର କାରବାର ଦିବସ ଶେଷ ବେଳକୁ ସେନ୍‌ସେକ୍ସରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜିକରଣ ଯାହା ଗତ ମଙ୍ଗଳବାର ୨୪୩.୭ ଲକ୍ଷ କୋଟି ଥିଲା; ୨୪୮.୪ ଲକ୍ଷ କୋଟିକୁ ବୃଦ୍ଧି ଘଟିଛି । ଆଜିର ଦିନରେ ହିଁ ନିବେଶକମାନେ ୪.୭ ଲକ୍ଷ କୋଟି ଟଙ୍କାର ଫାଇଦା ଅର୍ଜିଛନ୍ତି । ଏଥିସହିତ ଘରୋଇ ବଜାର ଉପରେ ନିବେଶକଙ୍କ ଭରସା ତୁଟିନାହିଁ । ଫେବୃଆରୀରେ ହିଁ ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ୍‌ରେ ୨୦ ହଜାର କୋଟିର ଶୁଦ୍ଧ ନିବେଶ ଆସିଛି ବୋଲି ଜଣାପଡ଼ିଛି । କ୍ରମାଗତ ଭାବେ ଏକବର୍ଷ ଧରି ଘରୋଇ ବଜାର ଉପରେ ନିବେଶକଙ୍କ ଭରସା ଅତୁଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking