33.1 C
Bhubaneswar
Tuesday, May 12, 2026
Homeଓଡିଶାସୋଆରେ ଏ.ଆଇ. ସମ୍ପର୍କିତ ଭବିଷ୍ୟତ ରୂପରେଖ ଉପରେ ଆଲୋଚନାଚକ୍ର

ସୋଆରେ ଏ.ଆଇ. ସମ୍ପର୍କିତ ଭବିଷ୍ୟତ ରୂପରେଖ ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଦ୍ୱାରା ପ୍ରବର୍ତିତ ପ୍ରଯୁକ୍ତି ପରିପ୍ରେକ୍ଷୀରେ ଆଗାମୀ ପୀଢ଼ିର ମ୍ୟାନେଜରମାନଙ୍କୁ କିପରି ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ ସେ ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ ନିକଟରେ ଏକ ଆନ୍ତର୍ଜାତିକ ଫ୍ୟାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୟୁନାଇଟେଡ୍ କିଙ୍ଗଡମ୍ ସ୍ଥିତ କାନାରା ବ୍ୟାଙ୍କର ଏନ୍‌ଟରପ୍ରାଇଜ ରିସ୍କ ବ୍ୟାଙ୍କିଙ୍ଗ ମୁଖ୍ୟ ଶ୍ରୀମତି ଇପ୍‌ସିତା ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଶ୍ରୀମତି ପ୍ରଧାନ ଆର୍ଟିଫିସିଆଲ ଇନ୍‌ଟେଲିଜେନ୍ସ ସମ୍ପର୍କିତ ଆଶଙ୍କା ସମ୍ବଳିତ ପରିସ୍ଥିତିର କିପରି ସମ୍ମୁଖୀନ ହେବାକୁ ପଡ଼ିବ ସେ ବିଷୟରେ ବକ୍ତବ୍ୟ ରଖି ଅନେକ ଘଟଣାର ଉଲ୍ଳେଖ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସେଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉଦ୍‌ଘାଟନ କରିଥିଲେ।ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଓ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାଶ ମଧ୍ୟ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏହି ଏଫଡିପି କାର୍ଯ୍ୟକ୍ରମର ସଂଯୋଜନା ଆସୋସିଏଟ୍ ପ୍ରଫେସର ବିଭୁତି ଭୂଷଣ ମିଶ୍ର ଓ ଡ. ପ୍ରୀତି ୱାଇ ଷଡ଼ଙ୍ଗୀ କରିଥିଲେ। ଡକ୍ଟର ଧୃତିସୁନ୍ଦର ସାହୁ, ଆସୋସିଏଟ ପ୍ରଫେସର, ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking