ୱାଶିଂଟନ୍ : ପ୍ରେମ ଭରା ମେସେଜ ପଠାଇ ବେଲି ହଣ୍ଟର ନାମକ ଜଣେ ମହିଳା ଦିନକୁ ଇନକମ୍ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ନିଜେ ମେସେଜ କରି ଟଙ୍କା ରୋଜଗାର କରିବା କଥା ବେଲି ନିଜେ ତାଙ୍କର ଟିକଟକ୍ରେ ଏକ ଭିଡ଼ିଓ ପୋଷ୍ଟ କରି ଜଣାଇଛନ୍ତି । ତେବେ ଲଭ୍ ଚାଟ୍ ବା ପ୍ରେମ ଭରା ଏସ୍ଏମ୍ଏସ୍ ପଠାଇ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ବେଲି । ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ଯେତେବେଳେ ବି ସେ ତାଙ୍କୁ ଲଭ୍ ମେସେଜ୍ କରିବେ, ତା ବଦଳରେ ବେଲିଙ୍କୁ ସେ ଟଙ୍କା ଦେବେ । କିନ୍ତୁ ସେ ଦୁହେଁ ପରସ୍ପର ଭଲ ବନ୍ଧୁ ପରି ରହିବେ ଓ କଥା ହେବେ । ସେବେଠାରୁ ଟେକ୍ସଟ୍ ମେସେଜ୍ ମାଧ୍ୟମରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ବୋଲି ବେଲି କହିଛନ୍ତି । ସେ ତାଙ୍କ ଟିକ୍ଟକ୍ରେ ଅପଲୋଡ଼ କରିଥିବା ଭିଡ଼ିଓରେ ସବୁ କହିଛନ୍ତି । ସେ ପ୍ରାୟ ୩ ବର୍ଷ ଜଣେ ବ୍ୟକ୍ତିଙ୍କୁ ମେସେଜ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ପୁଣି ପ୍ରତି ମାସରେ ପ୍ରାୟ ୧.୩ ଲକ୍ଷ ଟଙ୍କା ତାଙ୍କୁ ମିଳେ । ବେଲି କହିଛନ୍ତି ଯେ ଯେତେବେଳେ ସେ ଏକ ରେଷ୍ଟୁରାଣ୍ଟରେ ୱେଟର ଭାବରେ କାମ କରୁଥିଲେ, ଜଣେ ବ୍ୟକ୍ତି ସେହି ରେଷ୍ଟୁରାଣ୍ଟକୁ ଜଣେ କମ୍ ବୟସର ଝିଅ ସହ ଡିନର କରିବାକୁ ଆସିଥିଲେ । ଏହାପରେ ତାଙ୍କ ବିଲ ଦେବା ପରେ ବ୍ୟକ୍ତି ଜଣଙ୍କ ତାଙ୍କୁ ୨,୯୦୦ ଟଙ୍କା ବିଲ୍ ବଦଳରେ ୭,୪୦୦ ଟଙ୍କା ଦେଇଥିଲେ । ସେହି ବ୍ୟକ୍ତି ଜଣକ ସେହି ସମୟରେ ବେଲିଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ତେବେ ବେଲି ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ ଓ ସେ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ । ତେବେ ବ୍ୟକ୍ତି ଜଣକ ତାଙ୍କୁ ଟେକ୍ସଟ୍ ମେସେଜ୍ କରି ଅଧିକ ଟଙ୍କା ରୋଜଗାର କରିବା କଥା କହିଥିଲେ । ଏହା ପରେ ବେଲି ବ୍ୟକ୍ତି ଜଣଙ୍କୁ ମେସେଜ କରିଥିଲେ । ତାଙ୍କର ଆର୍ôଥକ ସ୍ଥିତି ବିଷୟରେ ଜଣାଇଥିଲ । ପରେ ବ୍ୟକ୍ତି ଜଣକ ତାଙ୍କୁ ଲଭ୍ ମେସେଜ କରିବା କଥା କହିଥିଲେ । ଏହା ବଦଳରେ ସେ ତାଙ୍କୁ ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ । ତେବେ ବେଲି ଏହା ମଧ୍ୟ କହିଛନ୍ତି ଯେ ସେ ମେସେଜ କରୁଥିବା ବ୍ୟକ୍ତି ତାଙ୍କୁ କେବେ ହେଲେ ଅସଭ୍ୟ କଥା କହିନାହାନ୍ତି । ତେବେ ଆଜିକୁ ପ୍ରାୟ ୩ ବର୍ଷ ହେଲାଣି ସେ ଏପରି ମେସେଜ କରି ଟଙ୍କା ରୋଜଗାର କରୁଛନ୍ତି ।