20.1 C
Bhubaneswar
Thursday, January 9, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ବାଜା ବଜାଇ ବିଦା କରନ୍ତୁ : ମୋଦି

ମୁଖ୍ୟମନ୍ତ୍ରୀଙ୍କୁ ବାଜା ବଜାଇ ବିଦା କରନ୍ତୁ : ମୋଦି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୨ ଦିନିଆ ଗସ୍ତରେ ଶନିବାର ବଲାଙ୍ଗୀରରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ବଲାଙ୍ଗୀର ସଭାରେ ଆସୁ ଆସୁ ବର୍ଷିଲେ ମୋଦି । ଏଠିକା ଲୋକଙ୍କ ଉତ୍ସାହ ଦେଖିଲେ ପରିବର୍ତ୍ତନ ନିଶ୍ଚିତ ଲାଗୁଛି । ଓଡିଶାରେ ବିଜେଡି ସରକାରର କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଓଡିଶାରେ ଏଥର ଡବଲ ଇଂଜିନ ସରକାର ନିଶ୍ଚିତ । ବିଜେଡି ଗରିବୀ ଦୂର ପାଇଁ କିଛି କରିନାହିଁ । ଓଡିଆ କଳାସଂସ୍କୃତି ସେବା କରୁଥିବା ୪ ଓଡିଆଙ୍କୁ ପଦ୍ମଶ୍ରୀ ଦିଆଯାଇଛି । କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରକୁ ଜି-୨୦ରୁ ସିମ୍ବଲ କରାଯାଇଥିଲା । ଆମ ସରକାର ପାଇକ ସଂଗ୍ରାମକୁ ସ୍ୱୀକୃତି ଦେଇ ଡାକଟିକେଟ କରିଛି ବୋଲି କହିଲେ ବୋଲି କହିଲେ ମୋଦି । ବିଜେପି ଜଣେ ଆଦିବାସୀ ଝିଅକୁ ଦେଶର ରଷ୍ଟ୍ରପତି କରିଛି । ଓଡିଆ ଝିଅ ଆଜି ଦେଶକୁ ମାର୍ଗଦର୍ଶନ କରାଉଛନ୍ତି । ଓଡିଶାର ଲୋକ ବହୁତ ସ୍ୱାଭିମାନୀ, ଅନ୍ୟାୟକୁ କେବେ ସହନ୍ତିନି । ଓଡିଶାର ମହାପୁରୁଷମାନେ ଓଡଶାର ସ୍ଥିତି ଦେଖି କଣ କହୁଥିବେ । ଓଡିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଓଡିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି । ଜୁନ୍ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ରେ ବିଜେପି ସରକାର ଶପଥ ନେବେ, ଆପଣମାନଙ୍କୁ ନିମନ୍ତ୍ରଣ । ଓଡିଶା ମାଟିରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ, ଏହା ମୋଦି ଗ୍ୟରେଣ୍ଟି । ଧନୀ ଓଡିଶାର ଗରିବ ଲୋକ ଆଜି ଗରିବୀ ସହ ଯୁଝୁଛନ୍ତି । ପ୍ରାକୃତିକ ସଂପଦରେ ଭରପୂର ଓଡିଶା ପୂରା ବରବାଦ ହୋଇଛି । ଆପଣଙ୍କ ମୁଖ୍ୟମନ୍ତ୍ରୀ ଏଠାରେ ନିର୍ବାଚନ ଲଢିବାକୁ ଆସିଛନ୍ତି । ତାଙ୍କୁ ପୂରା ବାଜା ବଜାଇ ଏଠାରୁ ବିଦା କରିଦିଅନ୍ତୁ । ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତାଙ୍କୁ ପଚାରିବେ । ନବୀନଙ୍କୁ ବିନା କାଗଜରେ କଣ୍ଟାବାଂଜିର ୧୦ ଗାଁ ନାଁ ପଚାରିବେ । ନବୀନ କଣ୍ଟାବାଂଜିର ୧୦ଟି ଗାଁ ନାଁ ବି କହିପାରିବେନି । ସେ ଆପଣଙ୍କ ସହ ନାହାନ୍ତି, ସେ ଆପଣଙ୍କ ଦୁଃଖ ବୁଝିପାରିବେନି । ସେଥିପାଇଁ ଧନୀ ଓଡିଶାର ଲୋକମାନେ ଗରିବ । ଓଡ଼ିଶା ଗରିବ ମା’ ଭଉଣୀଙ୍କ ଜମା ଖାତାକୁ କେନ୍ଦ୍ର ସରକାର ୬ ହଜାର ଟଙ୍କା ଦେବାକୁ ଚାହୁଁଛି। ହେଲେ ଓଡ଼ିଶା ସରକାର ସେ ଟଙ୍କାରୁ ମହିଳାମାନଙ୍କୁ ବଞ୍ଚିତ କରୁଛନ୍ତି। ଏଭଳି ସରକାର ଓଡ଼ିଶାରେ ରହିବା ଉଚିତ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking