30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗାଇ ବିକ୍ରି କରି ଝିଅ ପାଇଁ ମୋବାଇଲ କିଣିଲେ ଦିନ ମଜୁରିଆ

ଗାଇ ବିକ୍ରି କରି ଝିଅ ପାଇଁ ମୋବାଇଲ କିଣିଲେ ଦିନ ମଜୁରିଆ

ମୟୁରଭଂଜ: କରୋନା ମହାମାରୀ ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ । ଅନଲାଇନ ପଢିବା ପାଇଁ ପ୍ରୋତ୍ସାହିତ କରୁଛି ଶିକ୍ଷାବିଭାଗ । ତେବେ ଡିଜିଟାଲ୍ ଯୁଗର ଦ୍ୱାହି ଦେଇ ସରକାର ଅନଲାଇନ ଶିକ୍ଷାଦାନ ପଦ୍ଧତିକୁ ସହଜ ଭାବିବା ଓ ସମସ୍ତଙ୍କ ପାଇଁ ଏହା ଉପଲବ୍ଧ ହେଉଥିବା କଥା ଚିନ୍ତା କରିବା ପୂର୍ବରୁ ବାସ୍ତବ ଚିତ୍ର ଅନୁଧ୍ୟାନ କରିବାର ଥିଲା । ସ୍ଥିତି ବର୍ତମାନ ଏମିତି ଯେ, କେଉଁଠି ପିଲାମାନେ ମୋବାଇଲ ନେଟଓାର୍କ ପାଇଁ ପାହାଡ ଚଢୁଛନ୍ତି ତ ଆଉ କେଉଁଠି ଗଛ ଉପରେ ବସୁଛନ୍ତି । ସବୁଠୁ ପରିତାପର ବିଷୟ ହେଉଛି, ଗରିବ ଅଭିଭାବକ ନିଜ ପିଲାଙ୍କ ପାଇଁ ଆଣ୍ଡ୍ରଏଡ ଫୋନଟିଏ ଆଣିବାକୁ ଭାରି ହିନସ୍ଥା ହେଉଛନ୍ତି । ଗ୍ରାମାଂଚଳର ପ୍ରାୟ ୬୦ ପ୍ରତିଶତ ପିଲାଙ୍କ ନିକଟରେ ଆଣ୍ଡ୍ରଏଡ ମୋବାଇଲ କିମ୍ବା ଇଂଟରନେଟ ଜରିଆରେ ପାଠ ସଂଯୋଗ ନାହିଁ । ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ମୟୁରଭଂଜ ଜିଲ୍ଲା ଉଦଳା ବ୍ଲକ ଖଲାଡି ପଂଚାୟତ ଦୁତିକାଦେଇପୁର ଗାଁରେ । ଝିଅର ଅନଲାଇନ ପାଠପଢା ପାଇଁ ଗରିବ ଦିନ ମଜୁରିଆ ବାପା ଗାଇଟିକୁ ବିକ୍ରି କରି ମୋବାଇଲ କିଣିଛନ୍ତି । ଏହି ଗାଁର ଗଣେଶ୍ୱର ଜେନା ହେଉଛନ୍ତି ଟାଇଲ ମିସ୍ତ୍ରି । କରୋନା ମହାମାରୀ ଠାରୁ ନିୟମିତ କାମ ନମିଳିବାରୁ ଏବେ ମୂଲମଜୁରୀ ଲାଗି ପରିବାର ପୋଷୁଛନ୍ତି । ଘରେ ବୁଢୀ ମା, ସ୍‌ତ୍ରୀ ଓ ପୁଅଝିଅ । ସମସ୍ତଙ୍କ ଭାର ତାଙ୍କ ଉପରେ । ତେବେ ମୂଲ ଲାଗିଲେ ବି ପାଠର ଗୁରୁତ୍ୱ ଭଲଭାବେ ବୁଝନ୍ତି ଗଣେଶ୍ୱର । ପୁଅକୁ କଲେଜ ଓ ଝିଅକୁ ସ୍କୁଲରେ ପାଠ ପଢାଇବାରେ ଅବହେଳା କରିନାହାନ୍ତି । କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଅନଲାଇନ ପାଠପଢା ବ୍ୟବସ୍ଥା ତାଙ୍କୁ ଅଡୁଆରେ ପକାଇଦେଲା । ଝିଅ କୌଶଲ୍ୟା ଜୁଆଳିଆ ସ୍ଥିତ ଆଦର୍ଶ ବିଦ୍ୟାଳୟର ନବମ ଶ୍ରେୀଣୀ ଛାତ୍ରୀ । ଏବେ ସ୍କୁଲ ବନ୍ଦ ଥିବାରୁ ଝିଅର ଅନ୍ୟ ସାଙ୍ଗମାନେ ଅନଲାଇନ ପାଠ ପଢୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking