24.5 C
Bhubaneswar
Thursday, January 16, 2025
Homeଓଡିଶାରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗର ଜବତ

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର : ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ ମାମଲାରେ ଖସି ପଳାଇଥିବା ମୁଖ୍ୟ କାର୍ପଟଦାରକୁ ଏସ୍‌ଟିଏଫ୍‌ ଖୋର୍ଦ୍ଧାରୁ ଗିରଫ କରିଛି । ତା’ ନାମ ରାଜା ଓରଫ ଦୀପକ କୁମାର ନାୟକ । ଘର ଯାଜପୁର ନିୟୁ କାଳିଆପାଣି । ସେ ଭୁବନେଶ୍ୱର ନିୟୁ ଫରେଷ୍ଟପାର୍କରେ ରହି ରାଜଧାନୀରେ ବ୍ରାଉନ୍‌ସୁଗର କାରବାର କରୁଥିଲା ।

ଏସ୍‌ଟିଏଫ୍‌ ଡିଏସ୍‌ପି ଏସ୍‌.ଏନ୍‌ ରଥଙ୍କ ସୂଚନା ଅନୁଯାୟୀ, ୨୭ ତାରିଖ ସନ୍ଧ୍ୟାରେ ୨ବେପାରୀ ଖୋର୍ଦ୍ଧାରୁ ଅଧିକ ପରିମାଣର ବ୍ରାଉନସୁଗର ଆଣି ଜଟଣୀ-ସୁନ୍ଦରପଦା ରାସ୍ତାରେ ଭୁବନେଶ୍ୱର ଆସୁଥିବା ସୂଚନା ମିଳିଥିଲା । ତେଣୁ ଏସ୍‌ଟିଏଫ୍‌ର ଏକ ଟିମ୍‌ ଏୟାରଫିଲ୍ଡ ଥାନା ପୁଲିସ ସହାୟତାରେ ହାଇଟେକ୍‌ ଛକରେ ଅପେକ୍ଷା କରିଥିଲେ । ଏକ କାର୍‌(ଓଡି୦୨ବିଏଚ୍‌-୭୬୯୫) ଆସୁଥିବା ବେଳେ ପୁଲିସ ଟିମ୍‌କୁ ଦେଖି ଚାଳକ ତଥା ଗାଡ଼ି ମାଲିକ କାର୍‌ ବ୍ରେକ କଷି ଅନ୍ଧାରରେ ଖସି ପଳାଇଥିଲେ ।

ଏସ୍‌ଟିଏଫ୍‌ ଓ ପୁଲିସ ଟିମ୍‌ କାର୍‌କୁ ଘେରି ଯାଇଥିଲେ । କାର୍‌ରେ ଥିବା ବେପାରୀ ଉମେଶ ବେହେରାକୁ କାବୁ କରି ନେଇଥିଲେ । କାର୍‌ ଯାଞ୍ଚ କରିବା ସମୟରେ ସେଥିରୁ ୧ କିଲୋ ୫୦ ଗ୍ରାମ ବ୍ରାଉନ୍‌ସୁଗର ମିଳିଥିଲା । ତେଣୁ ଏସ୍‌ଟିଏଫ୍‌ ଟିମ୍‌ ବ୍ରାଉନ୍‌ସୁଗର ଓ କାର୍‌କୁ ଜବତ କରିବା ସହ ଉମେଶକୁ ଉଠାଇ ନେଇଥିଲେ । ଜେରା ସମୟରେ ଏହି ବ୍ରାଉନସୁଗର କାରବାରର ମୁଖ୍ୟ କାର୍ପଟଦାର କାର୍‌ ମାଲିକ ଯାଜପୁରର ରାଜା ବୋଲି ସେ ଏସ୍‌ଟିଏଫ୍‌କୁ ସୂଚନା ଦେଇଥିଲା ।

ରାଜାକୁ ଧରିବା ପାଇଁ ଏସ୍‌ଟିଏଫ୍‌ର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଥିଲା । ସେ ଖୋର୍ଦ୍ଧାରେ ଥିବା ସୂଚନା ପାଇଥିଲା ଏସ୍‌ଟିଏଫ୍‌ ଟିମ୍‌ । ତେଣୁ ଏସ୍‌ଟିଏଫ୍‌ ଟିମ୍‌ ଖୋର୍ଦ୍ଧା ପୁଲିସ ସହାୟତାରେ ଆଜି ସକାଳେ ଚଢ଼ଉ କରି ରାଜାକୁ ଗିରଫ କରିଥିଲେ । ରାଜା ଜଳେଶ୍ୱର ଓ ଖୋର୍ଦ୍ଧାରୁ ବ୍ରାଉନସୁଗର ଆଣି ରାଜଧାନୀରେ କାରବାର କରୁଥିବା ମାନିଥିଲା । ତେଣୁ ରାଜାକୁ ଗିରଫ କରି ଅପରାହ୍ଣରେ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking