32.1 C
Bhubaneswar
Monday, June 9, 2025
Homeଓଡିଶା୨ ଲକ୍ଷ ୩୦ ହଜାର ଟଙ୍କାର ଗଞ୍ଜେଇ ଜବତ

୨ ଲକ୍ଷ ୩୦ ହଜାର ଟଙ୍କାର ଗଞ୍ଜେଇ ଜବତ

ରାଉରକେଲା: ରାଉରକେଲା ରେଳ ଷ୍ଟେସନର ପାର୍ସଲ ୟାର୍ଡ ନିକଟରେ ରାଉରକେଲା ଅବକାରୀ ବିଭାଗ ଏବଂ ରେଳବାଇ ପୁଲିସ ଫୋର୍ସ ମିଳିତ ଆକ୍ରମଣରେ ଜଣେ ଅଜ୍ଞାତ ଯୁବକଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା। ତା ନିକଟରୁ ୨୩ କିଲୋ ୧୫୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା।

ଓଡ଼ିଶାର ଜୟପୁରରୁ କୋଲକାତାକୁ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହୋଇଥିବା ଜଣାପଡ଼ିଛି।ରାଉରକେଲା ଅବକାରୀ ଅଧୀକ୍ଷକ ଶେଖ୍ ଆସିଫ ଅଲ୍ଲୀଙ୍କ ନିର୍ଦେଶରେ ଏହି ଚଢଉ କରାଯାଇଥିଲା। ଧରାପଡ଼ିଥିବା ଅଭିଯୁକ୍ତର ନାମ ବିକି କୁମାର ବୋଲି ଜଣାଯାଇଛି। ତାର ଘର ଉତ୍ତର ପ୍ରଦେଶର ଆଜମଗଡ଼ରେ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking