26.1 C
Bhubaneswar
Saturday, July 5, 2025
Homeଦେଶ ବିଦେଶଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଅଯୋଧ୍ୟା: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ଦୁଇ ଦିନ ବାକି। ଏହାପୂର୍ବରୁ ରାମଲାଲାଙ୍କ ଅନେକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ରାମଲାଲା ଖୁବ ସୁନ୍ଦର ଦେଖାଯାଉଛନ୍ତି। ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାନଗରୀରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ପୁରା ମନ୍ଦିରକୁ ଫୁଲ ମାଳାରେ ସଜାଯାଉଛି। ଏହି ବିଶାଳ ସମାରୋହକୁ ନଜରରେ ରଖି ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତ କରି ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାମ କଥା ପାର୍କରେ ଅଧିକାରୀଙ୍କ ସହିତ ବୈଠକ କରି ଉତ୍ସବରେ ସାମିଲ ହେବାକୁ ଆସୁଥିବା ଭିଭିଆଇପିଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଭିଭିଆଇପି ସହିତ ଜଣେ ଅଧିକାରୀ ନିୟୋଜିତ ହେବା ଉଚିତ୍‍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking