32.1 C
Bhubaneswar
Friday, October 18, 2024
Homeଓଡିଶାଜଗତସିଂହପୁରରେ ୫-ଟି ସଚିବଙ୍କ ଦ୍ୱିତୀୟ ଦିନ; ପଞ୍ଚସଖା ଧ୍ୟାନପୀଠ ପାଇଁ ପ୍ରସ୍ତୁତ ହେବ ମାଷ୍ଟର୍‌ପ୍ଲାନ୍‌

ଜଗତସିଂହପୁରରେ ୫-ଟି ସଚିବଙ୍କ ଦ୍ୱିତୀୟ ଦିନ; ପଞ୍ଚସଖା ଧ୍ୟାନପୀଠ ପାଇଁ ପ୍ରସ୍ତୁତ ହେବ ମାଷ୍ଟର୍‌ପ୍ଲାନ୍‌

ଜଗତ୍‌ସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ଅନ୍ତର୍ଗତ ପଞ୍ଚସଖା ଧ୍ୟାନପୀଠର ହେବ ରୂପାନ୍ତର । ସେଥିପାଇଁ ଗଠନ ହୋଇଛି ଧାନକୁଦ ବିକାଶ ପ୍ରକଳ୍ପ । ଉକ୍ତ ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ମାଷ୍ଟର୍‌ପ୍ଲାନ ପ୍ରସ୍ତୁତ କରବା ପାଇଁ ନିଷ୍ପତ୍ତି ନେଇଛନ୍ତିି । ସେଇ ଭିତ୍ତିରେ ପୀଠକୁ ଦୁର ଦୂରାନ୍ତରୁ ଆସୁଇଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହେବ । ଫଳରେ ପଞ୍ଚସଖା ଧ୍ୟାନପୀଠର ମହିମା ଆହୁରି ବ୍ୟାପ୍ତ ହେବ । ଏହି ସୂଚନା ଦେଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଜିଲ୍ଲାଗସ୍ତରେ ଥିବା ୫ ଟି ସଚିବ ଭି.କେ. ପାଣ୍ଡିଆନ୍ ଶୁକ୍ରବାର ଦ୍ୱିତୀୟ ଦିନରେ ଜଗତସିଂହପୁର ପୌରପାଳିକା, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଳକ୍ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ୫ଟି ସଚିବ ଜଗତସିଂହପୁର ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ସହ ଆଲୋଚନା କରିବା ସହ ଆମ ହସ୍ପିଟାଲ୍ ଯୋଜନାରେ ନିର୍ମାଣଧିନ ଚିକିତ୍ସାଳୟ ଏବଂ ଅର୍ନ୍ତ ବିଭାଗ ଓ ବର୍ହି ବିଭାଗରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଚିକିତ୍ସାଳୟ ପରିସରରେ ନିର୍ମାଣଧିନ ମାତୃ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କାର୍ଯ୍ୟର ସମୀକ୍ଷା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ୫-ଟି ସଚିବ ତିର୍ତ୍ତୋଲ ବ୍ଲକ୍‌ର କନକପୁରସ୍ଥିତ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରି ମନ୍ଦିର ସେବାୟତ, ପୁରୋହିତ ଓ ଜନସାଧାରଣଙ୍କ ସହିତ ମା’ ଶାରଳା ମନ୍ଦିର ସମନ୍ୱିତ ବିକାଶ ଓ ପାରିପାଶ୍ୱର୍ିକ କାର୍ଯ୍ୟର ଉନ୍ନତିକରଣ ଉପରେ ଆଲୋଚନା କରିଛନ୍ତି । ସହଜ ଟ୍ରାଫିକ୍ ବ୍ୟବସ୍ଥା ନିମନ୍ତେ ମା’ ଶାରଳାଙ୍କ ମନ୍ଦିରକୁ ଏକ ବିକଳ୍ପ ନୂଆ ରାସ୍ତା ନିର୍ମାଣ ସମ୍ପର୍କରେ ବିଚାର କରିବାକୁ ପରାମର୍ଶ ଦେବା ସହ ମା’ ଶାରଳା ମନ୍ଦିର ଉନ୍ନୟନ ଓ ପାରିପାଶ୍ୱିର୍କ କାର୍ଯ୍ୟ ନିମନ୍ତେ ଜମି ଅଧିଗ୍ରହଣ ଉପରେ ଅଗ୍ରାଧିକାର ଦେଇଛନ୍ତି । ଏହାପରେ ସେ ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଛପଡ଼ା, କେର୍‌କେରା ଠାରେ ଥିବା ଗୋରେଖନାଥ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ବିକାଶ, ସୌନ୍ଦର୍ଯ୍ୟକରଣ ଓ ତୀର୍ଥଯାତ୍ରୀଙ୍କ ସୁବ୍ୟବସ୍ଥା କରିବା ପାଇଁ ମନ୍ଦିରର ସେବାୟତ, ପୁରୋହିତ, ନିର୍ବାହୀ ଅଧିକାରୀ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି ।

ପରେ ୫ଟି ସଚିବ ରଘୁନାଥପୁର ବ୍ଲକ୍‌ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ କହିଛନ୍ତି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଜରୁରୀ । ତେବେ ଜୟପୁର ଠାରେ ମହାନଦୀ ଉପରେ ନିର୍ମାଣଧିନ ଏପ୍ରିଲ ୨୦୨୪ ସୁଦ୍ଧା ଜୟପୁର-କଟିକଟା ବ୍ରିଜ୍ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ପାଣ୍ଡିଆନ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜୟପୁର ଠାରେ ଅବସ୍ଥିତ ବୟନ ଗ୍ରାମ ପରିଦର୍ଶନ କରି ସେଠାରେ ମହିଳା ବୁଣାକାରଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବୟନ ଗ୍ରାମ ପାଇଁ ବୈଷୟିକ ଜ୍ଞାନ କୌଶଳ, କାର୍ଯ୍ୟ ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ ବିକାଶ ଓ ପରିଭ୍ରମଣ ନିମନ୍ତେ ଏକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବୟନ ଗ୍ରାମକୁ ବି ସିସି ରୋଡ୍ ନିର୍ମାଣ କରିବାକୁ କହିଛନ୍ତି । ଶେଷରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ବିରିଡ଼ି ବ୍ଲକ୍ ଅନ୍ତର୍ଗତ ପଞ୍ଚସଖା ଧ୍ୟାନକୁଦ ପୀଠ ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ପୀଠର ପାରିପାଶ୍ୱିର୍କ ବିକାଶ ପାଇଁ ସେବାୟତ, ପୁରୋହିତ ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି । ଏତଦ୍‌ବ୍ୟତୀତ ଧ୍ୟାନକୁଦ ପୀଠରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗ ଶୁଣାଣୀ କରି ଏହାର ଆଶୁ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର.ଭିନିଲ୍ କ୍ରୀଷ୍ଣା, ଜିଲ୍ଲାପାଳ ପାରୁଲ୍ ପଟାୱରୀ, ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking