29.1 C
Bhubaneswar
Monday, May 4, 2026
Homeଓଡିଶାକୂଳ ଲଂଘିଲା ସମୁଦ୍ର: ଭୁଶୁଡ଼ିଲା ୩ ଘର

କୂଳ ଲଂଘିଲା ସମୁଦ୍ର: ଭୁଶୁଡ଼ିଲା ୩ ଘର

ଭୁବନେଶ୍ୱର: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ସ୍ଥଳଭାଗ ନିକଟତର ହେଉଛି। ବାତ୍ୟା ‘ମୋନ୍ଥା’ ମଛଲିପଟନମଠାରୁ ୧୪୦ କିମି ଦୂରରେ ରହିଥିବା ବେଳେ କାକିନାଡ଼ାଠାରୁ ୨୪୦ କିମି, ଗୋପାଳପୁର ଠାରୁ ୫୩୦ କିମି ଦୂରରେ ରହିଛି।‘ମୋନ୍ଥା’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଏଭଳିସ୍ଥିତିରେ ଗଞ୍ଜାମ ବ୍ଲକ ପୋଡ଼ମପେଟା ଗାଁରେ ସମୁଦ୍ର କୂଳ ଲଂଘିବା ସହ ପାଣି ମାଡ଼ି ଆସିଛି। ଫଳରେ ୩ଟି ଘର ଭୁଶୁଡ଼ି ପଡିଥିବା ସୂଚନା ମିଳିଛି। ଖବର ପାଇ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭିତ ହୋଇପଡିଛନ୍ତି।ମଙ୍ଗଳବାର ସନ୍ଧ୍ୟା କିମ୍ବା ରାତିରେ ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ମୋନ୍ଥା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ଆକଳନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking