19.1 C
Bhubaneswar
Friday, December 27, 2024
Homeଅପରାଧସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି ମାରିଲେ ଏଏସଆଇ; ସୂଚନା ଦେଲେ ଏସଡିପିଓ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି ମାରିଲେ ଏଏସଆଇ; ସୂଚନା ଦେଲେ ଏସଡିପିଓ

ଝାରସୁଗୁଡା: କ୍ୟାବିନେଟ ମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ଏବେ ରାଜନୈତିକ ମାହୋଲ ସରଗରମ ହୋଇଛି । ତେବେ ସବୁଠୁ ବଡ କଥା ହେଉଛି ନବ ଦାସଙ୍କୁ ଗୁଳି କରିଥିବା ଦୁର୍ବୃତ୍ତ ହେଉଛନ୍ତି ଜଣେ ପୋଲିସ ଅଫିସର । ଗାନ୍ଧୀଛକ ଥାନାରେ ଏଏସଆଇ ଭାବେ କାର୍ଯ୍ୟରତ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିବା ସୂଚନା ଦେଇଛନ୍ତି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ ।

ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗାନ୍ଧୀଛକ ପୋଲିସ ଆଉଟପୋଷ୍ଟରେ କାର୍ଯ୍ୟରତ ଗୋପାଳ ଦାସ ରାଜ୍ୟର ବରିଷ୍ଠ ନେତାଙ୍କୁ ଗୁଳିମାଡ କରିଛନ୍ତି । ତେବେ ଗୁଳିକାଣ୍ଡର କାରଣ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ତେବେ ଜଣେ ରକ୍ଷକ ପୋଲିସ କର୍ମଚାରୀଙ୍କ ଦ୍ୱାରା ଏପରି ଏକ କାଣ୍ଡକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ପରେ ଏବେ ପୋଲିସ ଏଏସଆଇଙ୍କ ପୂର୍ବ ତଥ୍ୟ ଉପରେ ଖୋଳତାଡ ଜାରି କରିଛି । ତେବେ ଗୋପାଳ ଦାସ ମନ୍ତ୍ରୀଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ କରିଥିଲା । କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦେହରେ ଗୋଟିଏ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ଦେହରେ ଗୋଟିଏ ଗୁଳି ବାଜିଥିଲା । ଏଥିସହିତ ଆଇଆଇସି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଗୁଳିମାଡ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କାହିଁକି ଗୁଳି ହୋଇଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଏକ ଗୁଳିକାଣ୍ଡର କାରଣ ରାଜନୈତିକ କାରଣ ନା କୌଣସି ବ୍ୟକ୍ତିଗତ ଶତ୍ରୁତା ରହିଛି ସେ ନେଇ ଆଲୋଚନା ଜୋର ଧରିଛି । ତେବେ ଏଏସଆଇ ଗୋପାଳ ଦାସକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking