35.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନସାଉଥ୍‌ରେ ଡେବ୍ୟୁ କରିବେ ନୱାଜୁଦ୍ଦିନ

ସାଉଥ୍‌ରେ ଡେବ୍ୟୁ କରିବେ ନୱାଜୁଦ୍ଦିନ

ମୁମ୍ବାଇ : ବଲିଉଡ୍‌ ଏବଂ ୱେବସିରିଜ୍‌ରେ ଅଭିନୟର ଯାଦୁ ଦେଖାଇଥିବା ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ଆଡ଼କୁ ପାଦ ବଢ଼ାଇଛନ୍ତି । ନୱାଜୁଦ୍ଦିନ ଭେଙ୍କଟେଶଙ୍କ ସହ ତେଲୁଗୁ ଫିଲ୍କ କରିବା ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ କେତେକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଏଥିରେ ତାଙ୍କୁ ସାଉଥ୍‌ର କେତେ ଜଣ ଅଭିନେତାଙ୍କ ସହ ଦେଖିବାକୁ ମିଳିଛି । ଏକ ଫଟୋରେ ନୱାଜୁଦ୍ଦିନ ଭଗବାନ ହନୁମାନଙ୍କ ଆଗରେ ହାତ ଯୋଡ଼ିଥିବା ଦେଖାଯାଇଛି । ହେଲେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏଥିପାଇଁ ତାଙ୍କୁ ସମାଲୋଚନା କରିଛନ୍ତି ।

ନୱାଜୁଦ୍ଦିନ ‘ସାଇନଧାବ୍‌’ ଫିଲ୍ମ ଜରିଆରେ ତେଲୁଗୁ ଇଣ୍ଡଷ୍ଟ୍ରି ଏଣ୍ଟ୍ରି କରିବେ । ଶୈଳେଶ କୋଲାନୁ ଏହାର ନିର୍ଦ୍ଦେଶନା ଦେବେ । ଏଥିରେ ରାଣା ଦଗୁବାତି ଏବଂ ନାଗା ଚୈତନ୍ୟ ପ୍ରମୁଖ ଷ୍ଟାର ଅଭିନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ନୱାଜୁଦ୍ଦିନ ଶେୟାର କରିଥିବା ଫଟୋରେ ଭେଙ୍କଟେଶ, ରାଣା ଏବଂ ଚୈତନ୍ୟ ରହିଛନ୍ତି । ‘ସାଇନଧାବ୍‌’ ପ୍ୟାନ୍‌ ଇଣ୍ଡିଆର ଏକ ଆକ୍ସନ ଡ୍ରାମା ଫିଲ୍ମ । ଏଥିରେ ଭେଙ୍କଟେଶ ମୁଖ୍ୟ ଭୂମିକାରେ ଅଛନ୍ତି । ନିହାରିକା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର୍‌ରେ ଏହି ମୁଭି ନିର୍ମାଣ ହେଉଛି ।

ନୱାଜୁଦ୍ଦିନ ୨୦୨୨ରେ ଆକ୍ସନ ଫିଲ୍ମ ‘ହିରୋପନ୍ତୀ-୨’ରେ ନଜର ଆସିଥିଲେ । ଏଥିରେ ଟାଇଗର ଶ୍ରଫ୍‌ ଏବଂ ତାରା ସୁତାରିଆ ମୁଖ୍ୟ ଚରିତ୍ରରେ ଥିଲେ । ଏଥିସହ ନୱାଜୁଦ୍ଦିନଙ୍କ ହାତରେ ‘ହଡ୍ଡୀ’ ଫିଲ୍ମ ରହିଛି । ଏଥିରେ ସେ ଜଣେ ତୃତୀୟ ଲିଙ୍ଗୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି ଟିକୁ ୱେଡ୍‌ସ ଶେରୁ, ବୋଲେ ଚୁଡିଆଁ, ଜୋଗରିରା ସା ରା ରା ରା, ଅଫବାହ ଆଦିରେ ମଧ୍ୟ ନୱାଜୁଦ୍ଦିନ ନଜର ଆସିବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking