31.1 C
Bhubaneswar
Saturday, April 25, 2026
Homeଓଡିଶାବଦଳିଲେ ଖଣ୍ଡପଡା ଏସଡିପିଓ

ବଦଳିଲେ ଖଣ୍ଡପଡା ଏସଡିପିଓ

ନୟାଗଡ: ମହିଳାଙ୍କୁ ଫେଭର ମାଗି ବଦଳିଲେ ଖଣ୍ଡପଡା ଏସଡିପିଓ । ଏକ ମାମଲା ରଫାଦଫା ପାଇଁ ଫେଭର ମାଗିଥିଲେ ଏସଡିପିଓ । ଫତେଗଡ ଥାନାରେ ମାମଲା ରୁଜୁ ପରେ ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଇଛି । ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଏସଡିପିଓ ମଦନମୋହନ ପ୍ରଧାନଙ୍କ ବଦଳି କରାଯାଇଛି ।  ନୂଆ ଏସ୍‌ଡିପିଓ ନ ଆସିବା ପର୍ଯ୍ୟନ୍ତ ପୋଲିସ ମୁଖ୍ୟାଳୟର ଡିଏସ୍‌ପି ସୁଦୀପ୍ତ କୁମାର ସାହୁ ଏସ୍‌ଡିପିଓ ଭାବେ କାମ କରିବାକୁ ନିର୍ଦ୍ଦେଶ ରହିଛି।ପ୍ରକାଶ ଯେ, ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ଯୌନ ନିର୍ଯାତନା ଓ ଧମକ ଅଭିଯୋଗ ଆସିଥିଲା। ଏନେଇ ଜଣେ ମହିଳା ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ ଆସି ଅଭିଯୋଗ କରିଥିଲେ। ଏସ୍‌ଡିପିଓ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ଏକ ଅଡିଓ କ୍ଲିପ୍‌ ମଧ୍ୟ ମହିଳା ଜଣକ ପ୍ରଦାନ କରିଥିଲେ। ଉକ୍ତ ଅଡିଓରେ ଏସ୍‌ଡିପିଓ ଅଟୋରେ ଆସି ରାତିରେ ରହିବାକୁ କହୁଥିବା ଏବଂ ଶାରୀରିକ ସମ୍ପର୍କ ରଖିଲେ କିଛି ଅସୁବିଧା ହେବ କି ବୋଲି ପ୍ରଶ୍ନ କରୁଥିବା ଶୁଣିବାକୁ ମିଳିଥିଲା। ଡିଜିପି ଓ୍ବାଇ. ବି. ଖୁରାନିଆ ଅଭିଯୋଗକୁ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking