32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପ୍ରାୟ ୬ ବର୍ଷ ପରେ ଏକାଠି ହେବେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ !

ପ୍ରାୟ ୬ ବର୍ଷ ପରେ ଏକାଠି ହେବେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ: ଉଜବେକିସ୍ତାନର ସମରକନ୍ଦରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଭେଟିବାର ସମ୍ଭାବନା ରହିଛି । ଏକ ଜାତୀୟ ଗଣମାଧ୍ୟମକୁ ରାଜନୈତିକ ସୂତ୍ରରୁ ଏହି ଖବର ମିଳିଛି । ଏହାର ଏକ ରିପୋର୍ଟରେ କହିଛି ଯେ ଏସସିଓ ସମ୍ମିଳନୀ ୧୫-୧୬ ସେପ୍ଟେମ୍ବର ପାଇଁ ଧାର୍ଯ୍ୟ କରାଯାଇଛି । ଯେଉଁଠାରେ କ୍ଷେତ୍ରୀୟ ଆହ୍ବାନକୁ ନେଇ ସଂଗଠନର ନେତାମାନେ ଏକାଠି ହୋଇ ଆଲୋଚନା କରିବେ । ପ୍ରାୟ ୬ ବର୍ଷ ପରେ ଉଭୟ ଦେଶର ମୁଖ୍ୟ ଏକାଠି ହେବାକୁ ଯାଉଛନ୍ତି । ସୂତ୍ର ଅନୁସାରେ, ଶାହାବାଜ ସରିଫ ଏହି ସମ୍ମିଳନୀରେ ଯୋଗଦେବେ । ଏଥିରେ ସେ ଚୀନ୍, ରୁଷ, ଇରାନର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର ସମ୍ଭାବନା ରହିଛି । ତେବେ ତାସକେଣ୍ଟରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିବା ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ କହିଛନ୍ତି ଯେ ପାକିସ୍ତାନୀ ଏବଂ ଭାରତୀୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ସ୍ଥିର ହୋଇନାହିଁ । ସେପ୍ଟେମ୍ବରରେ ଭାରତ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କୌଣସି ବୈଠକ ପାଇଁ କୌଣସି ଯୋଜନା ସ୍ଥିର ହୋଇନାହିଁ ବୋଲି ସେ କହିଛନ୍ତି । ଭୁଟ୍ଟୋ କହିଛନ୍ତି ଯେ ଉଭୟ ଭାରତ ଏବଂ ପାକିସ୍ଥାନ ଏସସିଓର ଅଂଶ ଏବଂ ଦୁଇ ଦେଶ କେବଳ ସଂଗଠନର ବ୍ୟାପକ ଭିତ୍ତିକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking