28.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶବୈଜ୍ଞାନିକ ସତର୍କ ବାଣୀ: ବିଶ୍ୱ ପାଇଁ ବିପଦ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ !

ବୈଜ୍ଞାନିକ ସତର୍କ ବାଣୀ: ବିଶ୍ୱ ପାଇଁ ବିପଦ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ !

କେମ୍ବ୍ରିଜ୍‌: ସ୍ରଷ୍ଟାଙ୍କର ଚମତ୍କାର ସୃଷ୍ଟି ହେଉଛି ମାନବ । ମନୁଷ୍ୟର ବୁଦ୍ଧିମତା ସୃଷ୍ଟିର ସମସ୍ତ ଜୀବ-ପ୍ରାଣୀଙ୍କଠୁ ଊର୍ଦ୍ଧ୍ୱରେ । ଆଉ ଏହି ମାନବର ବିଚକ୍ଷଣତାକୁ ଅତିକ୍ରମ କରିଯାଇଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ମନୁଷ୍ୟ ପ୍ରସ୍ତୁତ କରିଥିବା ଏହି ଜ୍ଞାନକୌଶଳ ଆଜି ମାନବ ଜାତି ପାଇଁ ବିପଦ ସଙ୍କେତ ସୃଷ୍ଟି କରିଛି । ଯେଉଁ କମ୍ପ୍ୟୁଟର୍ ବୈଜ୍ଞାନିକମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଇଓ) ଉଦ୍ଭାବନ କରିଥିଲେ ସେମାନେ ହିଁ ଏହି ଭବିଷ୍ୟବାଣୀ କରିଛନ୍ତି । ମାତ୍ର ବୈଜ୍ଞାନିକଙ୍କର ଏପରି କହିବାର ଅର୍ଥ ନୁହେଁ, ସେମାନେ ଏଆଇର ବ୍ୟବହାରକୁ ରୋକିବାକୁ ଚାହୁଁଛନ୍ତି । ସେମାନେ ବିପଦ ଆଶଙ୍କା କରିଥିଲେ ମଧ୍ୟ ଏଆଇକୁ ନିଷିଦ୍ଧ କରିବାକୁ ନେଇ ରାଜି ନାହାନ୍ତି ।

ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ବୁଧବାର ଏକ ସମ୍ମିଳନୀରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଗଡଫାଦର୍ କୁହାଯାଉଥିବା ଜିଓଫ୍ରେ ହିଣ୍ଟନ୍ କହିଛନ୍ତି ଯେ, “ଯେତେବେଳେ ସ୍ମାର୍ଟ ଜିନିଷ ମାନବର ବୁଦ୍ଧିମତାକୁ ଅତିକ୍ରମ କରିଯାଏ, ସେତେବେଳେ ମାନବ ଜାତି ତିଷ୍ଠି ରହିବା ବିପଦପୂର୍ଣ୍ଣ ହୋଇଯାଏ । ବିଦ୍ୟୁତ୍ ଷ୍ଟେସନ୍ ଚଳାଇବା ପାଇଁ ଏହା ହୁଏତ ଆମକୁ କିଛି ସମୟ ପାଇଁ ରଖିପାରେ “କିନ୍ତୁ ଏହା ପରେ, ବୋଧହୁଏ ନୁହେଁ ବୋଲି ହିଣ୍ଟନ୍ କହିଛନ୍ତି । ୭୫ ବର୍ଷିୟ ହିଣ୍ଟନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘଦିନ ଧରି ଅନୁସନ୍ଧାନ କରିବା ପରେ କମ୍ପ୍ୟୁଟର ସିଷ୍ଟମର ଯୁକ୍ତିଯୁକ୍ତ କ୍ଷମତା ବାବଦରେ ମୋର ମତ ପରିବର୍ତ୍ତନ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଭାବୁଛି କି ମୋ ପାଖରେ ଏକ ସୁନ୍ଦର ସରଳ ସମାଧାନ ଥାଇପାରେ, କିନ୍ତୁ ମୁଁ ତାହା କରିବାକୁ ଚାହୁଁ ନାହିଁ । କାରଣ ସମାଧାନ ଅଛି ବୋଲି ମୁଁ ନିଶ୍ଚିତ ନୁହେଁ । ତେବେ କହି ରଖୁଛୁ ଯେ, ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର କାର୍ଯ୍ୟପନ୍ଥାକୁ ନେଇ ଖୁବ୍ ଚର୍ଚ୍ଚା । ଏହାକୁ ସରଳ ଭଷାରେ କମ୍ପ୍ୟୁଟର୍ ମାନବ କୁହାଯାଇପାରିବ । ଏହାର କାର୍ଯ୍ୟ ଦକ୍ଷତାରେ ମାନବ ମଧ୍ୟ ଚକିତ । କାରଣ ଭୂତ-ଭବିଷ୍ୟତର ସବୁ କଳ୍ପନା-ଜଳ୍ପନା ସହ ସମାଧାନ କରି ଥୋଇ ଦେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking