33.1 C
Bhubaneswar
Friday, May 17, 2024
Homeଓଡିଶାଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କଲେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କଲେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠୀଙ୍କୁ ବିଜୟର ମୁକୁଟ ପିନ୍ଧାଇ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ ଝାରସୁଗୁଡାବାସୀ
: ପ୍ରତାପ ଷଡଙ୍ଗୀ
ଝାରସୁଗୁଡା / ଭୁବନେଶ୍ୱର, : ଦୀର୍ଘବର୍ଷ ଧରି ବିଜୁ ଜନତା ଦଳ ଶାସନ କରୁଥିଲେ ବି ଏଯାଏଁ ଝାରସୁଗୁଡାରେ କୌଣସି ବିକାଶ ହୋଇନାହିଁ । ଝାରସୁଗୁଡାରେ ଶାସକ ଦଳର ସ୍ୱାସ୍ଥ୍ୟମନ୍ତ୍ରୀ ହୋଇବି ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଉକôଟ, ପରିବେଶ ନିମ୍ନ, ରାସ୍ତାଘାଟ ବା ଗମନାଗମନ ଖରାପ । ଝାରସୁଗୁଡାରେ ବହୁ ଶିଳ୍ପାନୁଷ୍ଠାନ ଥାଇବି ଯୁବକ ଯୁବତୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଓ କାହିଁକି ସ୍ଥାନୀୟ ଲୋକ ଚାକିରିରୁ ବଂଚିତ ରହୁଛନ୍ତି । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଝାରସୁଗୁଡା ଜିଲ୍ଲା ଅଧିକ ରାଜସ୍ୱେଦେବା ସତ୍ୱେ ଏଠିକାର ଲୋକେ ଗରିବ କାହିଁକି? ଖଣି, ପାଣି ରହିବି ଝାରସୁଗୁଡାରେ ବିଜୁଳି ସଂକଟ କାହିଁକି? ବାସହୀନଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଅନୁମୋଦନ ହୋଇଥିଲେ ବି ସେମାନେ ବଂଚିତ ଓ ଏହି ଗୃହକୁ ଶାସକ ବିଜେଡି ଦଳୀୟ ଆଧାରରେ ବଂଟାଯାଇଛି । ପଂଚାୟତଠାରୁ ଆରମ୍ଭ କରି ବ୍ଲକ ଓ ମୁ୍ୟନିସପାଲଟି ସବୁଠାରେ ଦୁର୍ନୀତି କାହିଁକି ହେଉଛି? ୨୫ବର୍ଷ ଶାସନ କରୁଥିବା ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖନ୍ତୁ ବୋଲି ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ।
ବିଜେପି ପ୍ରାର୍ଥୀ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଆସି ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ବିଜେପିର ଗାଡି ଉପରକୁ ବିଜୁ ଜନତା ଦଳର କର୍ମୀମାନେ ପଥର ମାଡ କରୁଛନ୍ତି କିନ୍ତୁ ପୋଲିସ ଗିରଫ କରିବାରେ ବିଫଳ । ବିଜେଡି ଦଳ ହିଂସାରେ ବିଶ୍ୱାସ କରେ, ତାର ସଂସ୍କୃତି ହେଉଛି ହିଂସା । ବିଜେଡି ରାଜନୈତିକ ପ୍ରତିପକ୍ଷମାନଙ୍କୁ ହତ୍ୟା କରୁଛି । ଓଡିଶାକୁ ସୁରକ୍ଷା ଦେବାରେ ବିଜେଡି ସରକାର ସଂପୂର୍ଣ୍ଣ ବିଫଳ । ଝାରସୁଗୁଡାବାସୀ ପରିବର୍ତନମୁହାଁ ଏବଂ ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠୀଙ୍କୁ ବିଜୟର ମୁକୁଟ ପିନ୍ଧାଇ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠାକୁ ଟାଣ କରିବେ । ମୋଦିଙ୍କ ବିକାଶ ଉପରେ ଝାରସୁଗୁଡାବାସୀ ଭରସା ରଖିଛନ୍ତି । ମାନ୍ୟବର ମୋଦିଙ୍କ ଆର୍ଶୀବାଦରେ ଝାରସୁଗୁଡାର ଅଦଭୂତପୂର୍ବ ବିକାଶ ହେବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଶ୍ରୀ ଷଡଙ୍ଗୀ ଆଜି ଲଇକେରା ବ୍ଲକ ଏବଂ ଝାରସୁଗୁଡା ସହରର ବିଭିନ୍ନ ଅଂଚଳକୁ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ।
ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଜୁଏଲ ଓରାମ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପୂର୍ବତନ ସଭାପତି ସମୀର ମହାନ୍ତି ଓ କେ.ଭି.ସିଂହଦେଓ, ବରିଷ୍ଠ ନେତ୍ରୀ ସୁରମା ପାଢୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଭବାନୀ ଭୋଇ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ସୁରଜ ସୂର୍ଯ୍ୟବଂଶୀ, ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ହିମାଂଶୁ ମେହେର ପ୍ରମୁଖ ନେତୃବୃନ୍ଦ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା, କୋଲାବିରା, କିର୍ମିରା ଏବଂ ଝାରସୁଗୁଡାର ବିଭିନ୍ନ ଅଂଚଳକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ ।
ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ଝାରସୁଗୁଡା ସହରର ପଂଚପଡା, କୋଲାବିରା ବ୍ଲକର ଧୁବେନଗୁଡ, କୁଲିହାମାଲ, କୁସୁମଡିହି, ସମାସିଙ୍ଗା, କୁମ୍ଭାରମାଲ, ବିମ୍ଜୋର, ସୁଢାମାଲ, ରେଙ୍ଗାଲିପାଲି, ଅମୁନାପାଲି, ଗୁଚାପାଲି, ଗଞ୍ଜେରମହଲରେ ଘର ଘର ବୋଲି ଭୋଟ ପ୍ରଚାର କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking