27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବୈଜ୍ଞାନିକ ତଥ୍ୟ ପଠାଇଲା ଆଦିତ୍ୟ ଏଲ-୧

ବୈଜ୍ଞାନିକ ତଥ୍ୟ ପଠାଇଲା ଆଦିତ୍ୟ ଏଲ-୧

ବେଙ୍ଗାଲୁର: ସୂର୍ଯ୍ୟ ଅଭିଯାନ ପାଇଁ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ-୧ ଇତିମଧ୍ୟରେ ବୈଜ୍ଞାନିକ ତଥ୍ୟ ପଠାଇବା ଆରମ୍ଭ କରିଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ କୁହାଯାଇଛି । ଆଦିତ୍ୟ ଏଲ-୧ରେ ଖଞ୍ଜାଯାଇଥିବା ଯନ୍ତ୍ର ସ୍ପେକ୍ଟ୍ରୋମିଟର ସହାୟତାରେ ପୃଥିବୀପୃଷ୍ଠରୁ ୫୦ ହଜାର କିମି ଦୂରରୁ ସୁପ୍ରା ଥର୍ମାଲ ଏବଂ ଏନର୍ଜେଟିକ୍ ଆଇଅନ୍‌ସ ଏବହ ଇଲେକ୍ଟ୍ରନ୍‌ସ ମାପଚୁପ କରିଥିବା ଜଣାପଡିଛି । ଏହି ତଥ୍ୟକୁ ଆଧାର କରି ଇସ୍ରୋ ବୈଜ୍ଞାନିକମାନେ ପୃଥିବୀ ଚାରିପଟେ ଥିବା ପାର୍ଟିକିଲ୍‌ସ ସମ୍ପର୍କରେ ଅଧିକ ସୂଚନା ହାସଲ କରିପାରିବେ ବୋଲି ଆଶା କରାଯାଉଛି । ସେପ୍ଟେମ୍ବର ୨ରେ ଉତ୍‌କ୍ଷେପଣ କରାଯାଇଥିବା ଆଦିତ୍ୟ ଏଲ-୧ ବର୍ତ୍ତମାନ ପୃଥିବୀ କକ୍ଷପଥ ତ୍ୟାଗ କରି ସୂର୍ଯ୍ୟଙ୍କ ଆଡକୁ ଅଗ୍ରସର ହେବାରେ ଲାଗିଛି । ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଏହା ପୃଥିବୀଠାରୁ ୧୫ ଲକ୍ଷ କିମି ଦୂର ଏଲ-୧ ପଏଣ୍ଟରେ ପହଞ୍ଚିବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking