41.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗପଞ୍ଜାବରେ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ

ପଞ୍ଜାବରେ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସଂକ୍ରମଣ କାରଣରୁ ସାରା ଦେଶରେ ଗତ ବର୍ଷ ମାର୍ଚ୍ଚରୁ ଲକଡାଉନ ଜାରି କରାଯାଇଥିଲା । ଯାହା ପରଠାରୁ ସମସ୍ତ ସ୍କୁଲ କଲେଜ ବନ୍ଦ କରାଯାଇଥିଲା । ତେବେ ପଂଜାବ ଏମିତି ଏକ ପ୍ରଥମ ରାଜ୍ୟ , ଯେଉଁଠି ପଂଚମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ପଂଜାବ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା ବୁଧବାର କହିଛନ୍ତି ଯେ, ଅଭିଭାବକଙ୍କ ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାରଠାରୁ ସମସ୍ତ ସରକାରୀ, ସେମି ଗଭର୍ଣ୍ଣମେଣ୍ଟ ଓ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି, ସ୍କୁଲ ଖୋଲିବା ସମୟ ସକାଳ ୧୦ଟାରୁ ଦ୍ୱିପ୍ରହର ୩ଟା ପର୍ଯ୍ୟନ୍ତ ରହିବ । ସ୍କୁଲ କର୍ତ୍ତୃପକ୍ଷ ସଠିକ ଭାବରେ କୋଭିଡ ନିୟମ ପାଳନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking