19.1 C
Bhubaneswar
Friday, January 10, 2025
Homeଦେଶ ବିଦେଶସବୁଠୁ ଅଧିକ ଭୋଟ ଯଦି ନୋଟାରେ, ତେବେ ବାତିଲ୍ ହେଉ ନିର୍ବାଚନ; ଆବେଦନ ଉପରେ କେନ୍ଦ୍ରକୁ...

ସବୁଠୁ ଅଧିକ ଭୋଟ ଯଦି ନୋଟାରେ, ତେବେ ବାତିଲ୍ ହେଉ ନିର୍ବାଚନ; ଆବେଦନ ଉପରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଭାଜପା ନେତା ଓ ଓକିଲ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଆବେଦନର ଶୁଣାଣି କରିବା ପରେ କେନ୍ଦ୍ର ଓ ଇସିଆଇକୁ ନୋଟିସ ଜାରି କରିଛନ୍ତି । ଆବେଦନରେ କୁହାଯାଇଛି ଯେ, ଯଦି କୌଣସି ବିଶେଷ ନିର୍ବାଚନ କ୍ଷେତ୍ରରେ ନୋଟା ପକ୍ଷରେ ଅଧିକ ଭୋଟ ପଡିବ ତେବେ ନିର୍ବାଚନ ଆୟୋଗ ଙ୍କୁ ନିର୍ବାଚନ ଫଳାଫଳ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ଉଚିତ୍ । ଆବେଦନରେ ଶୁଣାଣି କରି ସିଜେଆଇ ଏହି ଦାବି ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ସେ କହିଥିଲେ, ଯଦି ଏହାକୁ ମାନି ନିଆଯାଏ ତେବେ ଏମିତି ସିଟରେ କାହାର ପ୍ରିତିନିଧିତ୍ୱ ରହିପାରିବ ନାହିଁ । ଏକ ନୂତନ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ ଏବଂ ଚୟନ କରିବାର ଅଧିକାର ଲୋକମାନଙ୍କୁ ଅସନ୍ତୋଷ ପ୍ରକାଶ କରିବାକୁ କ୍ଷମତା ଦେବ ।  ପ୍ରଧାନ ବିଚାରପତି ଏସ ଏ ବୋବଡେ, ବିଚାରପତି ଏ ଏସ ବୋପାନ୍ନା ଓ ଭି ରାମସୁବ୍ରମନିୟାନ, ନ୍ୟାୟ ମନ୍ତ୍ରାଳୟ ଏବଂ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking