ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଟିମ୍ ଘୋଷଣା ପରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ବିସିସିଆଇ ସାମ୍ନାରେ ଅଜବ ଦାବି କରିଛନ୍ତି । ବୀରେନ୍ଦ୍ର ସେହ୍ଵାଗ ବିସିସିଆଇ ସଚିବ ଜୟ ଶାହାଙ୍କୁ ଅପିଲ କରିଛନ୍ତି କି, ଟିମ୍ର ଜର୍ସିରେ ଇଣ୍ଡିଆ ବଦଳରେ ଭାରତ ନାମ ଲେଖାଯାଉ ।
ସେହ୍ଵାଗ ଟ୍ଵିଟ୍ କରି ଲେଖିଛନ୍ତି, ‘ଆମେ ଭାରତୀୟ,ଇଣ୍ଡିଆ ନାମ ଇଂରେଜ ମାନେ ଦେଇଥିଲେ । ତେଣୁ ଟିମ୍ ଇଣ୍ଡିଆର ନାମ ବଦଳି ଭାରତ ହେବା ଜରୁରୀ । ଆଉ ବିଶ୍ୱକପ ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ଛାତିରେ ଭାରତ ଲେଖାହୋଇଥିବା ଜର୍ସି ଦେଖିବାକୁ ମିଳୁ । ସେହ୍ଵାଗଙ୍କ ଟ୍ଵିଟ୍ ପରେ ଖୁବଶୀଘ୍ର ଇଂଲିଶରେ ଇଣ୍ଡିଆ ବଦଳରେ ଭାରତ ଲେଖା ହୋଇଥିବା ଦେଖିବାକୁ ମିଳିପାରେ । ସେହ୍ଵାଗ ନେପାଳ ବିପକ୍ଷ ମ୍ୟାଚ ସମୟରେ India vs Nepal ବଦଳରେ Bharat vs Nepal ହ୍ୟାଶଟାଗ ବ୍ୟବହାର କରିଥିଲେ ।
India to Bharat: Sehwag knew this before anyone else 🤣 https://t.co/x5n5sVoBtj pic.twitter.com/8AbdgnY30Y
— Johns (@JohnyBravo183) September 5, 2023