29.7 C
Bhubaneswar
Wednesday, June 18, 2025
Homeଦେଶ ବିଦେଶକେଜ୍ରିୱାଲଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀଙ୍କ ସଂଖ୍ୟା ୫କୁ ହ୍ରାସ

କେଜ୍ରିୱାଲଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀଙ୍କ ସଂଖ୍ୟା ୫କୁ ହ୍ରାସ

ନୂଆଦିଲ୍ଲୀ: ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀଙ୍କ ସଂଖ୍ୟା ୫କୁ ହ୍ରାସ ପାଇଛି । ଚଳିତମାସ ବିଧାନସଭାରେ ବଜେଟ୍ ଉପସ୍ଥାପନ କରାଯାଉଥିବାବେଳେ ନୂତନ ମନ୍ତ୍ରୀଙ୍କୁ ନିଯୁକ୍ତ କରିବା କେଜ୍ରିୱାଲଙ୍କ ପକ୍ଷରେ ଜରୁରୀ ହୋଇପଡିଛି । ଏଥିପାଇଁ ବୁଧବାର ଆପ୍ ବିଧାୟକ ଏବଂ ଏମ୍‌ସିଡି କାଉନ୍‌ସିଲରଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସିସୋଦିଆ ଓ ସତ୍ୟେନ୍ଦ୍ରଙ୍କ ସ୍ଥାନରେ ସୌରଭ ଭରଦ୍ୱାଜ ଓ ଅତିଶିଙ୍କୁ କ୍ୟାବିନେଟ୍‌ରେ ସାମିଲ କରାଯାଇପାରେ ବୋଲି ଆପ୍ ସୂତ୍ରରୁ ଜଣାପଡିଛି ।

ଏଥିପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ କେଜ୍ରିୱାଲ ଦଳୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଚୂଡାନ୍ତ ହେବାପରେ ଦୁଇ ସମ୍ଭାବ୍ୟ ମନ୍ତ୍ରୀଙ୍କ ନାମ ଅନୁମୋଦନ ନିମନ୍ତେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ.ସାକ୍ସେନାଙ୍କ ନିକଟକୁ ପଠାଯିବ । ଗ୍ରେଟର କୈଳାସ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ସୌରଭ ବର୍ତ୍ତମାନ ଆପ୍ ମୁଖପାତ୍ର ସାଙ୍ଗକୁ ଦିଲ୍ଲୀ ଜଳ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ୨୦୧୩-୧୪ରେ କେଜ୍ରିୱାଲଙ୍କ ମନ୍ତ୍ରିମଣ୍ଡଳରେ ସୌରଭ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।

ସେତେବେଳେ ଲୋକପାଳ ବିଲ୍‌କୁ ନେଇ ନିଜର ବିଫଳତା ପାଇଁ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାଫଳରେ ଆପ୍‌ର ୪୯ ଦିନିଆ ମନ୍ତ୍ରିମଣ୍ଡଳ କ୍ଷମତାଚ୍ୟୁତ ହୋଇଥିଲା । ଅପରପକ୍ଷରେ କାଲ୍‌କାଜୀ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ସୁଶ୍ରୀ ଅତିଶି ଆପ୍ ରାଜନୈତିକ ବ୍ୟାପାର କମିଟି ସଦସ୍ୟା ଅଛନ୍ତି । ରୋଡ୍‌ସ ୟୁନିଭର୍ସିଟୀ ସ୍କଲାର ଅତିଶି ପୂର୍ବରୁ ସିସୋଦିଆଙ୍କ ପରାମର୍ଶଦାତାଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking