37.1 C
Bhubaneswar
Saturday, May 18, 2024
Homeଅପରାଧସଇତାନ ସାଜିଲା ବାପା; ୮ ବର୍ଷର ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି କଲା ହତ୍ୟା

ସଇତାନ ସାଜିଲା ବାପା; ୮ ବର୍ଷର ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି କଲା ହତ୍ୟା

ହାଇଦ୍ରାବାଦ: ସଇତାନ ସାଜିଲା ବାପା । ୮ ବର୍ଷର ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି କଲା ହତ୍ୟା । ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଉପରେ ଥିବା ରାଗକୁ ଛୁଆ ଉପରେ ସୁଝାଇଲା ସଇତାନ ବାପା । ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ହାଇଦ୍ରାବାଦର ଚନ୍ଦା ନଗରରେ । ଶନିବାର ରାତିରେ ଏପରି ଜଘନ୍ୟକାଣ୍ଡ ଘଟିଥିବା ନେଇ ପୋଲିସ ସୂଚନା ପାଇବା ପରେ ଅବୁଦୁଲ୍ଲାପୁରମେଟ ଇନସ୍ପେକ୍ଟର ମନମୋହନ, ଏସଆଇଏସ ଭେଙ୍କଟରାମ ରେଡ୍ଡି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ବାପାକୁ ଧରିବାରେ ସଫଳ ହୋଇଛନ୍ତି । ପୋଲିସ ସୂଚନା ଅନୁଯାୟୀ, ହତ୍ୟାକରୀ ଚନ୍ଦ୍ରଶେଖର ଏକ ସଫ୍ଟୱେର କମ୍ପାନୀର କର୍ମଚାରୀ । ହାଇଦ୍ରାବାଦ ଚନ୍ଦାନଗରରେ ତାଙ୍କ ଘର । ୨୦୧୧ ମସିହାରେ ସେ ହିମାଙ୍କୁ ବିବାହ କରିଥିଲେ । ହିମାବିନ୍ଦୁ ମଧ୍ୟ ଜଣେ ସଫ୍ଟୱେର ଇଞ୍ଜିନିୟର । କିଛି ବର୍ଷ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା ।

ଚନ୍ଦ୍ରଶେଖର ଏକ ଆମେରିକା ଆଧାରିତ ଆଇଟି କମ୍ପାନୀରେ କାମ କରୁଥିଲେ । ଏହାପରେ ସେ ତାଙ୍କ ପତ୍ନୀ କାର୍ଯ୍ୟ କରୁଥିବା ଅଇଟି କମ୍ପାନୀରେ ନିଯୁକ୍ତି ପାଇଥିଲେ । ହେମା ଅଇଟି ସେକ୍ଟରର ମ୍ୟାମେଜର ପୋଷ୍ଟରେ ଥିବା ବେଳେ ଚନ୍ଦ୍ରଶେଖର ଏକ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ । ଯାହାକୁ ନେଇ ଅଭିଯୁକ୍ତ ମନରେ ଇର୍ଷା ଭାବ ଜାଗ୍ରତ ହେବାରୁ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା । ୮ ମାସ ପୂର୍ବରୁ ଚନ୍ଦ୍ରଶେଖର ନିଜ ଚାକିରି ହରାଇ ବି ବସିଥିଲେ । ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ବଢିବାକୁ ଲାଗିଥିଲା । ହିମା ଚନ୍ଦ୍ରଶେଖରଙ୍କୁ ଛାଡି ନିଜ ୮ ବର୍ଷର ଝିଅ ମୋକଶାହାଜାକୁ ନେଇ ସାଙ୍ଗାରେଡ୍ଡି ଚାଲି ଆସିଥିଲେ । ହିମାବିନ୍ଦୁ ୯ ମାସ ପର୍ଯ୍ୟନ୍ତ ଚନ୍ଦ୍ରଶେଖରଙ୍କଠାରୁ ଅଲଗା ରହିଥିବା ବେଳେ ତାଙ୍କୁ କୌଣସି ଆର୍ôଥକ ସହଯୋଗ କରିନଥିଲେ । ଯାହାକୁ ନେଇ ଚନ୍ଦ୍ରଶେଖରଙ୍କ ଆକ୍ରୋଶ ଚରମ ସୀମାରେ ପହଞ୍ଚିଥିଲା । ଯାହାକୁ ନେଇ ଏପରି ଏକ ଜଘନ୍ୟ ଘଟଣା ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ଚନ୍ଦ୍ରଶେଖର ସ୍ୱୀକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking