17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଜୁନ୍‌ରୁ ୬ ରାଜ୍ୟରେ ଦିଆଯିବ ସର୍ଭାଭାକ୍ ଟିକା

ଜୁନ୍‌ରୁ ୬ ରାଜ୍ୟରେ ଦିଆଯିବ ସର୍ଭାଭାକ୍ ଟିକା

ନୂଆଦିଲ୍ଲୀ: କର୍କଟକୁ ଏକ ସାଂଘାତିକ ରୋଗ ଭାବରେ ବିବେଚନା କରାଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, କର୍କଟ ସାଂଘାତିକ ହେବାର ମୁଖ୍ୟ କାରଣ ଏହାର ଲକ୍ଷଣ ପ୍ରାଥମିକ ପର୍ଯ୍ୟାୟରେ ଜଣାପଡେ ନାହିଁ । ଯେବେ ଏହା ଚିହ୍ନଟ ହୁଏ, ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ । କର୍କଟ ଲକ୍ଷଣର ଶୀଘ୍ର ଚିହ୍ନଟ, ଏହାକୁ ରୋକିବା ପାଇଁ ଚିକିତ୍ସା ହେଉଛି ସର୍ବୋତ୍ତମ ଉପାୟ । ଏହିପରି କର୍କଟ ମଧ୍ୟରୁ ମହିଳାଙ୍କଠାରେ ଦେଖା ଯାଉଥିବା ସର୍ଭାଇକଲ କ୍ୟାନସର ଅନ୍ୟତମ । ସର୍ଭାଇକଲ କ୍ୟାନସର ତଥା ଗର୍ଭାଶୟ କର୍କଟ ମହିଳାମାନଙ୍କଠାରେ ଏକ ଗୁରୁତର ସମସ୍ୟା ଭାବରେ ଦେଖାଯାଏ। କେବଳ ଭାରତ ନୁହେଁ, ବିଶ୍ୱର ବହୁ ସଂଖ୍ୟକ ମହିଳା ଏହାର ଶିକାର ହୁଅନ୍ତି ।

ଏହି କର୍କଟ ରୋଗକୁ ରୋକିବା ପାଇଁ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଉଛି । ସୂଚନା ଅନୁସାରେ, ଦେଶରେ ପ୍ରଥମ କରି ଗର୍ଭାଶୟ କର୍କଟ ବିରୋଧୀ ଟିକା ସର୍ଭାଭାକ୍ ପ୍ରସ୍ତୁତ ହୋଇଛି । ଏହି ଟିକାକୁ କେନ୍ଦ୍ର ସରକାର ବଜାରରେ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେବା ସହ ସ୍କୁଲ୍ସ୍‌ତରରୁ କିପରି ଝିଅମାନଙ୍କୁ ଟୀକାକରଣ କରାଯିବ ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହିକ୍ରମରେ ପ୍ରାଥମିକ ପର୍ଯ୍ୟାୟରେ ଦେଶର ୬ଟି ରାଜ୍ୟରେ ୯ରୁ ୧୪ ବର୍ଷ ବୟସର ଝିଅମାନଙ୍କୁ ଗର୍ଭାଶୟ କର୍କଟରୁ ରକ୍ଷା କରିବା ପାଇଁ ଟୀକାକରଣ ଅଭିଯାନ ଜୁନ୍ରୁ ଆରମ୍ଭ ହୋଇପାରେ । ଟୀକାକରଣର ପ୍ରଥମ ପର୍ଯ୍ୟାୟରେ ରାଜ୍ୟଗୁଡିକ ଚୟନ କରାଯାଇଛି । ଏଥିରେ କର୍ଣ୍ଣାଟକ, ତାମିଲନାଡୁ, ମିଜୋରାମ, ଛତିଶଗଡ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking