20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶସଞ୍ଜୟଙ୍କ ଇଡି ରିମାଣ୍ଡ ୮ ପର୍ଯ୍ୟନ୍ତ ବଢ଼ିଲା: ପତ୍ନୀ ବର୍ଷାଙ୍କୁ ମଧ୍ୟ ସମନ୍‌

ସଞ୍ଜୟଙ୍କ ଇଡି ରିମାଣ୍ଡ ୮ ପର୍ଯ୍ୟନ୍ତ ବଢ଼ିଲା: ପତ୍ନୀ ବର୍ଷାଙ୍କୁ ମଧ୍ୟ ସମନ୍‌

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରିିମାଣ୍ଡ ଅବଧିକୁ ଚଳିତମାସ ୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ ୧୦୩୪ କୋଟିର ଏହି ଦୁର୍ନୀତିରେ ସଞ୍ଜୟ ୧ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଇଡି ପକ୍ଷରୁ ଗତ ସୋମବାର ତାଙ୍କର ମୁମ୍ବାଇସ୍ଥିତ ବାସଭବନକୁ ଦୀର୍ଘ ୯ ଘଣ୍ଟା ଖାନତଲାସ କରାଯାଇଥିବାବେଳେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା । ଦୁଇଦିନିଆ ରିମାଣ୍ଡ ଅବଧି ଶେଷ ହେବାପରେ ସଞ୍ଜୟଙ୍କୁ ଗୁରୁବାର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା । ଉଭୟପକ୍ଷର ଯୁକ୍ତି ଶୁଣିବାପରେ ବିଚାରପତି ସଞ୍ଜୟଙ୍କ ରିମାଣ୍ଡ ଅବଧି ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅପରପକ୍ଷରେ ଏହି ମାମଲାରେ ଇଡି ପକ୍ଷରୁ ସଞ୍ଜୟଙ୍କ ପତ୍ନୀ ବର୍ଷାଙ୍କୁ ମଧ୍ୟ ହାଜର ହେବାକୁ ସମନ ଜାରି କରାଯାଇଛି । ସଞ୍ଜୟ, ବର୍ଷା ଓ ସେମାନଙ୍କର ଅନୁଗତ କୁହାଯାଉଥିବା ସୁଜିତ ପାଟ୍‌କର ପ୍ରବଳ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଇଡି ପକ୍ଷରୁ ଏହି ତିନିଜଣଙ୍କ ମାଲିକାନା ସ୍ୱତ୍ୱରେ ଥିବା ପ୍ରାୟ ୧୧.୧୫ କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି । ସଞ୍ଜୟ ଏହି ଅଭିଯୋଗକୁ ଖଣ୍ଡନ କରୁଥିବାବେଳେ ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking