26.1 C
Bhubaneswar
Friday, May 23, 2025
Homeଦେଶ ବିଦେଶମଣିପୁରରେ ସାନି ହିଂସା; ଅସ୍ତ୍ରଶସ୍ତ୍ର ଲୁଟ୍ ଅଭିଯୋଗରେ ୫ ଗିରଫ

ମଣିପୁରରେ ସାନି ହିଂସା; ଅସ୍ତ୍ରଶସ୍ତ୍ର ଲୁଟ୍ ଅଭିଯୋଗରେ ୫ ଗିରଫ

ଇମ୍ଫାଲ: କିଛିଦିନର ବ୍ୟବଧାନ ପରେ ମଣିପୁରରେ ପୁଣି ହିଂସା ଦେଖିବାକୁ ମିଳିଛି । ଏକ ଅସ୍ତ୍ର ଲୁଟ୍ ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିବାପରେ ରାଜଧାନୀ ଇମ୍ଫାଲରେ ବିକ୍ଷୋଭ ପ୍ରଦର୍ଶିତ ହୋଇଛି । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ ସମେତ ମୃଦୁ ଲାଠିଚାଳନା ମଧ୍ୟ କରିବାକୁ ପଡିଥିଲା । ସୂଚନାଯୋଗ୍ୟ ଚଳିତବର୍ଷ ମେ’ରେ ମଣିପୁରରେ ଜାତିଗତ ହିଂସାର ସୂତ୍ରପାତ ହେବା ସମୟରେ ଏଭହି ଅଭିଯୁକ୍ତମାନେ ସେନା ପୋଷାକ ପିନ୍ଧି ପୁଲିସ ଅସ୍ତ୍ରାଗାରରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ ।

ବୁଧବାର ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୨ଟି ରାଇଫଲ ଓ ୧୨୮ ରାଉଣ୍ଡ ଗୁଳି ଜବତ କରାଯାଇଛି । ଜାତୀୟ ନିରାପତ୍ତା ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ମୁକୁଳାଇବାକୁ ଆଦିବାସୀ ମହିଳା ନେତ୍ରୀଙ୍କ ନେତୃତ୍ୱରେ ଶତାଧିକ ଲୋକ ଉକ୍ତ ଥାନା ଉପରେ ଆକ୍ରମଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ଲୁଟିଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର କରି ସେତେବେଳେ ସ୍ଥାନୀୟ ଲୋକଙ୍କଠାରୁ ଅର୍ଥ ଲୁଟିନେଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking