ହାଇଦ୍ରାବାଦ: ଜଣେ ଜୁନିୟର ଛାତ୍ରଙ୍କୁ ର୍ୟାଗିଂ କରିଥିବା ଅଭିଯୋଗରେ ତେଲେଙ୍ଗାନା ପୁଲିସ ବୁଧବାର ୱାରଙ୍ଗଲ୍ ଜିଲ୍ଲାସ୍ଥିତ କାକତୀୟ ମେଡିକାଲ କଲେଜ (କେଏମ୍ସି)ର ୭ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି । ର୍ୟାଗିଂର ଶିକାର ହୋଇଥିବା ଏହି ଦ୍ୱିତୀୟ ବର୍ଷ ଏମ୍ବିବିଏସ୍ ଛାତ୍ରଜଣକ ଥାନାରେ ଏତଲା ଦାଏର କରିବାପରେ ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଆଣ୍ଟି ର୍ୟାଗିଂ କମିଟି ନିଷ୍ପତ୍ତିକୁ ଆଧାର କରି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେଏମ୍ସି ପ୍ରିନ୍ସିପାଲ କହିଛନ୍ତିି । ସୂଚନାଯୋଗ୍ୟ କିଛିଦିନ ପୂର୍ବେ ର୍ୟାଗିଂ ଅଭିଯୋଗରେ ହାଇଦ୍ରାବାଦର ଗାନ୍ଧୀ ମେଡିକାଲ କଲେଜର ୧୦ ଜଣ ସିନିୟର ଡାକ୍ତରୀ ଛାତ୍ରଙ୍କୁ ଏକବର୍ଷ ନିଲମ୍ବନ କରାଯାଇଥିବାବେଳେ ହଷ୍ଟେଲରୁ ବହିଷ୍କାର କରାଯାଇଛି ।