16.1 C
Bhubaneswar
Thursday, January 16, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨ବୋର୍ଡ ପରୀକ୍ଷା ପାଇଁ ଆସିଏସ୍‌ଇ ପକ୍ଷରୁ ପ୍ରକାଶ ପାଇଲା ସାମ୍ପୁଲ୍ ପେପର୍‌

ବୋର୍ଡ ପରୀକ୍ଷା ପାଇଁ ଆସିଏସ୍‌ଇ ପକ୍ଷରୁ ପ୍ରକାଶ ପାଇଲା ସାମ୍ପୁଲ୍ ପେପର୍‌

ନୂଆଦିଲ୍ଲୀ: ଆସନ୍ତା ମାସରେ ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ ପରୀକ୍ଷା ଅଫ୍‌ଲାଇନ୍ ମୋଡ୍‌ରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଇସିଏସ୍‌ଇ ପକ୍ଷରୁ ଉଭୟ ଦ୍ୱାଦଶ ଏବଂ ଦଶମ ପିଲାଙ୍କ ପାଇଁ ବିଭିନ୍ନ ବିଷୟ ଭିତ୍ତିକ ଅଭ୍ୟାସମୂଳକ ପ୍ରଶ୍ନୋତ୍ତର ବୁକ୍‌ଲେଟ୍ ସବୁ ସ୍କୁଲ୍‌କୁ ପ୍ରେରଣ କରାଯାଇଛି । ଆଇସିଏସ୍‌ଇ ପକ୍ଷରୁ ଦ୍ୱାଦଶ ପିଲାଙ୍କୁ କୁହାଯାଇଛି ଯେ, ଯେଉଁପିଲାମାନେ ପରୀକ୍ଷା ପୂର୍ବରୁ ଏହି ଅଭ୍ୟାସମୂଳକ ପ୍ରଶ୍ନୋତ୍ତର ଉତ୍ତମ ଭାବେ ଅଭ୍ୟାସ କରିଥିଲେ, ତେବେ ପରୀକ୍ଷାରେ ଆସୁଥିବା ଯେକୌଣସି କଷ୍ଟକର ପ୍ରଶ୍ନର ଉତ୍ତର ଏମାନେ ବିନା ବାଧାରେ ଦେଇପାରିବେ । ସେହିପରି ପିଲାମାନେ କେଉଁ ଢାଞ୍ଚାରେ ପରୀକ୍ଷା ଦେବେ ତାହା ମଧ୍ୟ ସେମାନେ ବୁଝିପାରିବେ । ଦ୍ୱାଦଶରେ ବିଷୟଭିତ୍ତିକ ତଥ୍ୟ ଅନୁସାରେ ସେମିଷ୍ଟର୍‌-୨ ପାଇଁ ବହିଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ଅପ୍‌ଡେଟ୍ କରାଯାଇଥିବା ବେଳେ ପରୀକ୍ଷା ପୂର୍ବରୁ ଏସବୁକୁ କିଛି ସମୟ ପାଇଁ ପଢ଼ିଦେଲେ ତାହା ପରୀକ୍ଷା ପାଇଁ ଫଳପ୍ରଦ ହେବ ବୋଲି ବୋର୍ଡର ଉଚ୍ଚ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଆଇସିଏସ୍‌ଇ ପକ୍ଷରୁ ପ୍ରକାଶ ପାଇଥିବା ଏହି ବୁକ୍‌ଲେଟ୍ ମଧ୍ୟରେ ଗୋଟିଏ ସେଟ୍ (ଦଶମ ପିଲାଙ୍କ ପାଇଁ ଉଦ୍ଧିଷ୍ଟ)ରେ ୬ଟି ବହି ଥିବା ବେଳେ ଯଦି ଗୋଟିଏ ସେଟ୍ କେହି କିଣନ୍ତି, ତେବେ ଏହାସହ ୧୦ଟି ପ୍ରଶ୍ନୋତ୍ତର ବହି ମଧ୍ୟ ମିଳିପାରିବ ।
ସେହିପରି ଦ୍ୱାଦଶ ପିଲାଙ୍କ ପାଇଁ ଗୋଟିଏ ସେଟ୍‌ରେ ୫ଟି ବହିଥିବା ବେଳେ ତା ସାଙ୍ଗକୁ ପ୍ରତି ବିଷୟ ପିଛା ୧୦ଟି ପ୍ରଶ୍ନୋତ୍ତର ବହି ମଧ୍ୟ ପ୍ରଦାନ କରାଯାଉଛି । ଯେଉଁ ପିଲାମାନେ ଏହି ଅଫର୍ କିଣିବାକୁ ଚାହାଁନ୍ତି ତେବେ ପରୀକ୍ଷାର ଶେଷ ସପ୍ତାହ ପର୍ଯ୍ୟନ୍ତ ସେମାନେ ପରୀକ୍ଷା ସହଜ କରିବାର ଫାଇଦା ଉଠାଇ ପାରିବେ ବୋଲି କୁହାଯାଇଛି । ମୁଖ୍ୟ ବିଷୟ ଗୁଡ଼ିକରେ ଏହି ପ୍ରଶ୍ନୋତ୍ତର ବହିଗୁଡ଼ିକ ପିଲାମାନଙ୍କ୍‌ୁ ପରୀକ୍ଷା ସମୟରେ ବହୁ ସହାୟକ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking