30.1 C
Bhubaneswar
Friday, June 6, 2025
Homeଦେଶ ବିଦେଶମୁମ୍ବାଇରୁ ଚେନ୍ନାଇକୁ ବଦଳି ହେଲେ ସମୀର ୱାଙ୍ଖଡେ

ମୁମ୍ବାଇରୁ ଚେନ୍ନାଇକୁ ବଦଳି ହେଲେ ସମୀର ୱାଙ୍ଖଡେ

ନୂଆଦିଲ୍ଲୀ: ପୂର୍ବତନ ମୁମ୍ବାଇ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ବଦଳି । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ କ୍ଲିନ ଚିଟ ପରେ ଦାୟିତ୍ୱହୀତ ତଦନ୍ତ ପାଇଁ ପୂର୍ବତନ ମୁମ୍ବାଇ ଜୋନର ମୁଖ୍ୟ ସମୀର ୱାଙ୍ଖଡେଙ୍କୁ ଚେନ୍ନାଇ ବଦଳି କରାଯାଇଛି । ବଦଳି ପରେ ଗତକାଲି ଏ ନେଇ ସମୀର ଟ୍ୱିଟ କରି କହିଛନ୍ତି ଯେ, “ମୁଁ ନକରାତ୍ମକ ବିଷୟ ଉପରେ ଅଧିକ ବାର୍ତ୍ତାଳାପ କରେ ନାହିଁ । କାରଣ ଏପରି କଲେ ଘଟଣାରେ କୌଣସି ଉନ୍ନତି ଆସେ ନାହିଁ । ସର୍ବଦା ଆପଣ ଯେକୌଣସି ବିଷୟର ଭଲ ଦିଗ ଉପରେ ଫୋକସ କରିବା ଦରକାର ।

ଆମେ ନିୟନ୍ତ୍ରଣରେ ରହିଛୁ । ଯେପରିକି ନିଜ ନିଷ୍ପତ୍ତି ଉପରେ ଆପଣଙ୍କର ନିୟନ୍ତ୍ରଣ ରହିବ । ” ଗତବର୍ଷ ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଏକ କ୍ରୁଜରେ ପାର୍ଟି ଚାଲିଥିବା ବେଳେ ଚଢାଉ କରିଥିଲା ଏନସିବି ଟିମ୍। ଯେଉଁଥିରେ ଆର୍ଯ୍ୟନ୍ ଖାନଙ୍କ ସମେତ ମୋଟ ୧୯ ଜଣଙ୍କୁ ଗିରଫ କରାଯାଇଥିଲା। ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଯାହା ପରେ ସମସ୍ତ ଅଭିଯୁକ୍ତ ବିଭିନ୍ନ ସମୟରେ ଜାମିନରେ ବାହାରକୁ ଆସିଥିଲେ । ଏହି ମାମଲାରେ ୨୮ ଦିନ ଧରି ଜେଲରେ ରହିବା ପରେ ଅକ୍ଟୋବର ୨୮ ତାରିଖରେ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିଥିଲା । ସେହି ସମୟରେ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଏହି ମାମଲାର ତଦନ୍ତ କରିଥିଲେ । ଦାୟିତ୍ୱହୀନ ତଦନ୍ତ ପାଇଁ ତାଙ୍କୁ ଏହି ମାମଲାରେତଦନ୍ତ ଦାୟିତ୍ୱରୁ ବିଦା କରାଯାଇଥିଲା । ପରେ ୱାଙ୍ଖଡେଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିମନ୍ତେ ଗୃହ ମନ୍ତ୍ରଣାଳୟ ସୁପାରିଶ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking