42.1 C
Bhubaneswar
Saturday, April 27, 2024
Homeଓଡିଶାପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର!

ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର!

ଭୁବନେଶ୍ୱର: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଗତକାଲି ବିଳମ୍ବିତ ରାତି ଯାଏ ଚାଲିଥିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ଏହି ବୈଠକରେ ଓଡ଼ିଶା ବାବଦରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଓଡ଼ିଶାର ରାଜନୀତିକ ସ୍ଥିତି ଓ ରଣକୌଶଳ ବାବଦରେ ଆଲୋଚନା ହୋଇଥିବା ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ମନମୋହନ ସାମଲ।

ଓଡ଼ିଶାର ସମସ୍ତ ୨୧ ଲୋକସଭା ଆସନ ଉପରେ ଚର୍ଚ୍ଚା ହୋଇଥିବା ଖବର ସରବରାହ ସଂସ୍ଥା ଇଘଓ ପକ୍ଷରୁ କୁହାଯାଇଛି। ବିଶେଷ ସୂତ୍ର ଆଧାରରେ ଏଏନ୍‌ଆଇର ଖବର ଅନୁଯାୟୀ ସମ୍ବଲପୁର ଲୋକସଭାରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ଓ ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରାଯାଇପାରେ। ତେବେ ରାଜ୍ୟର ଦୁଇ ଜଣ ସାଂସଦଙ୍କ ନାଁ ଏଥର ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିପାରେ ବୋଲି ଏଏନଆଇ ଖବର ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking