33.1 C
Bhubaneswar
Sunday, May 12, 2024
Homeବଲିଉଡନାଗାଙ୍କ ନାମର ଟାଟୁ ହଟାଇଲେ ସାମନ୍ଥା

ନାଗାଙ୍କ ନାମର ଟାଟୁ ହଟାଇଲେ ସାମନ୍ଥା

ନୂଆଦିଲ୍ଲୀ : ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। କିଛି ଦିନ ତଳେ ନାଗା ସାମନ୍ଥାଙ୍କ ପୋଷା କୁକୁର ହ୍ୟାସ୍ ସହ ନଜର ଆସିବାରୁ ଦୁହେଁ ପୁଣି ଥରେ ଏକାଠି ହେବେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଏବେ ସାମନ୍ଥା ଏସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି।ନିଜର କିଛି ଫଟୋ ସାମନ୍ଥା ଇନଷ୍ଟାରେ ସେୟାର କରିଥିବା ବେଳେ ଏହାକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ନାଗାଙ୍କୁ ନିଜ ମନରୁ କାଢ଼ି ସାରିଛନ୍ତି ଅଭିନେତ୍ରୀ। ସୂଚନା ମୁତାବକ, ବିବାହ ପରେ ସାମନ୍ଥା ନିଜ ପଞ୍ଜରା ହାଡରେ ସ୍ବାମୀଙ୍କ ନାମ ଟାଟୁ କରିଥିଲେ। ଛାଡ଼ପତ୍ର ପରେ ବି ତାଙ୍କ ଶରୀରରେ ସେହି ଟାଟୁ ରହିଥିଲା। ହେଲେ ଏବେ ସେୟାର କରିଥିବା ଫଟୋରେ ସାମନ୍ଥାଙ୍କ ପଞ୍ଜରା ହାଡରେ ଟାଟୁ ନଥିବା ଦେଖିବାକୁ ମିଳିଛି। ଏହା ଦେଖିବା ପରେ ଅଭିନେତ୍ରୀ ସମ୍ପୂର୍ଣ୍ଣ ଭାବେ ସ୍ବାମୀଙ୍କୁ ଭୁଲି ସାରିଥିବା ସ୍ପଷ୍ଟ ହୋଇଛି।ଏହା ପୂର୍ବରୁ ଇନଷ୍ଟାରେ ନାଗାଙ୍କ ସହ ସେୟାର କରିଥିବା ଫଟୋକୁ ‘ଆରକାଇଭଡ୍’ କରି ଦେଇଥିବା ସାମନ୍ଥା ‘ଅନଆରକାଇଭଡ୍’ କରିଦେଇଥିଲେ । ଏହା ଦେଖି ଦୁହେଁ ପୁଣି ଥରେ ଏକାଠି ହେବେ ବୋଲି ଚର୍ଚ୍ଚା ହୋଇଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking