28.3 C
Bhubaneswar
Thursday, May 14, 2026
Homeଓଡିଶାଆତ୍ମାହୂତି ବେଳେ ଉଦ୍ଧାର

ଆତ୍ମାହୂତି ବେଳେ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଯୁବକଙ୍କ ଆତ୍ମାହୂତି ଉଦ୍ୟମ । ଗୁହାରୀ କରିବାକୁ ଆସି ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କଲେ ଯୁବକ। ଆତ୍ମାହୂତି ଉଦ୍ୟମ କରିଥିବା ବ୍ୟକ୍ତି ଜଣକ ହେଲେ କାମାକ୍ଷାନଗର ଥାନା ଇନ୍ଦିପୁର ଗାଁର ବିପିନ ନାୟକ। ତେବେ ସେ ସରକାରୀ ଜମିରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ନିର୍ମାଣ କରି ରହୁଛନ୍ତି। ହେଲେ ତାଙ୍କ ଘର ପଛ ପାର୍ଶ୍ୱରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ରେକର୍ଡ ଭୁକ୍ତ ଜମି ରହିଛି। ସିଏ ସେଠାରେ ଘର ନିର୍ମାଣ କରିଛନ୍ତି। ହେଲେ ନିଜ ଘରକୁ ଯିବା ଆସିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସରକାରୀ ରାସ୍ତାରେ ବିପିନ ଘର କରିଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ଜମିରେ କରିଥିବା ଘରକୁ ଯାଇପାରୁନଥିଲେ। ତେଣୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି କାମାକ୍ଷାନଗର ଥାନା ପୁଲିସ ଓ ପ୍ରଶାସନ ଜବର ଦଖଲ ଉଚ୍ଛେଦ ପାଇଯାଇଥିଲେ। ବିପିନଙ୍କ ପ୍ରଧାନମନ୍ତ୍ରୀ ଆବାସ ଘର ପାର୍ଶ୍ୱରେ ଥିବା ତାଙ୍କର ଗୋଟିଏ ଚାଳ ଘରକୁ ଭାଙ୍ଗି ଦେଇଥିଲେ। ଯାହାକୁ ବିରୋଧ କରିଥିଲେ ବିପିନଙ୍କ ପରିବାର। ପରବର୍ତ୍ତୀ ସମୟରେ ସେ ଗୁହାରୀ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦେହରେ ପେଟ୍ରୋଲ୍‌ ଢାଳି ଆତ୍ମାହୂତି ଉଦ୍ୟମ କରୁଥିଲେ। ଆତ୍ମାହୂତି ଉଦ୍ୟମ କରୁଥିବା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ ଧରି ପକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ବିପିନଙ୍କୁ କାବୁକରି ଥାନାକୁ ନେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking