27.2 C
Bhubaneswar
Tuesday, June 17, 2025
Homeବଲିଉଡପୁଣି ଥରେ ସଲମାନଙ୍କୁ ହତ୍ୟା ଧମକ

ପୁଣି ଥରେ ସଲମାନଙ୍କୁ ହତ୍ୟା ଧମକ

ମୁମ୍ବାଇ:  ବଲିଉଡର ଭାଇଜାନ ସଲମାନ ଖାନଙ୍କୁ Y+ ସୁରକ୍ଷା । ସଲମାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ଆଗରେ ସୁରକ୍ଷା କଡ଼ାକଡ଼ି କରିଛି ମୁମ୍ବାଇ ପୋଲିସ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ସୁରକ୍ଷା ବଢାଇଛି ମୁମ୍ବାଇ ପୋଲିସ । ଧମକପୂର୍ଣ୍ଣ ମେଲ ନେଇ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର ଓ ରୋହିତ ବ୍ରାର ନାଁରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ସଲମାନ ସମୟ ଥାଉ ଥାଉ ସବୁ କିଛିର ସମାଧାନ କରନ୍ତୁ, ନଚେତ ଆଗକୁ ପରିଣାମ ଭୟଙ୍କର ହେବ ବୋଲି ଇ-ମେଲ ପଠାଇଥିବା ବ୍ୟକ୍ତି ଜଣଙ୍କ ଧମକ ଦେଇଛନ୍ତି। ରୋହିତ ଗର୍ଗ ପଠାଇଥିବା ଇ-ମେଲରେ କୁହାଯାଇଛି ଯେ ସଲମାନଙ୍କ ସହ ଗ୍ୟାଙ୍ଗଷ୍ଟର ବ୍ରାର କଥା ହେବାକୁ ଚାହୁଁଛି। ଏଥିସହ ତାଙ୍କୁ ହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାରର ଧମକ ମଧ୍ୟ ଏଥିରେ ରହିଛି।

ଏହି ଧମକ ପରେ ବାନ୍ଦ୍ର ପୋଲିସ  ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କିଛି ଦିନ ତଳେ ତିହାର ଜେଲରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇ ଏକ ଇଣ୍ଟରଭ୍ୟୁରେ ସଲମାନଙ୍କୁ ହତ୍ୟା କରିବାକୁ ଚେତାବନୀ ଦେଇଥିଲା । ଏଥିସହ ତାଙ୍କୁ ହତ୍ୟା କରିବା ହିଁ ତା ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ସେ କ୍ୟାମେରା ସାମ୍ନାରେ କହିଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ସଲମାନଙ୍କୁ ପୁଣିଥରେ ଧମକ ମିଳିଛି। ବାରମ୍ବାର ସଲମାନଙ୍କୁ ଧମକ ମିଳିଥିବାରୁ ମୁମ୍ବାଇ ପୋଲିସ ଲରେନ୍ସ ଓ ଅନ୍ୟତମ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ବିରୋଧରେ ମାମଲା ରୁଜୁ କରିଛି। ସେହିପରି ଧମକ ମିଳିବା ପରେ ସଲମାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking