27.1 C
Bhubaneswar
Sunday, September 29, 2024
Homeଓଡିଶାଅଧିକ ରୋଜଗାର ଆଶାରେ ସାଜିଲା ଦାଦନ; ରଜରେ ଘରକୁ ଆସିବା ବାଟରେ ହୋଇଗଲା ନିଖୋଜ

ଅଧିକ ରୋଜଗାର ଆଶାରେ ସାଜିଲା ଦାଦନ; ରଜରେ ଘରକୁ ଆସିବା ବାଟରେ ହୋଇଗଲା ନିଖୋଜ

ଦେବଗଡ଼: ଅଧିକ ରୋଜଗାର ଆଶାରେ ସାଜିଥିଲା ଦାଦନ l ରଜରେ ଘରକୁ ଫେରିବା ବାଟରେ ହୋଇଗଲା ନିଖୋଜ l ନିଖୋଜ ଯୁବକର ଖୋଜ ଖବର ନପାଇ ଲୁହ ଗଡା଼ଉଛି ଭଉଣୀ l ଏଭଳି ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା କୁଣ୍ଢେଈଗୋଳା ଥାନା ନାତ୍ରୀପାଲି ଗ୍ରାମରେ l ସୂଚନା ଅନୁଯାଇ ନାତ୍ରୀପାଲି ଗ୍ରାମର ଶଙ୍କର ପ୍ରଧାନ ନିଜ ସ୍ତ୍ରୀ ପ୍ରେମ ପ୍ରଧାନକୁ ହତ୍ୟା ମାମଲାରେ ଜେଲରେ ଥିବା ବେଳେ ସେମାନଙ୍କ ଦୁଇ ପୁଅ ସୁରେଶ ଓ ସୁଶାନ୍ତ ଏବଂ ଏକ ମାତ୍ର ଝିଅ ସୁକାନ୍ତି ଅସହାୟ ହୋଇ କିଛି ଦିନ କାଟିବା ପରେ ସାନ ଭାଇ ସୁଶାନ୍ତ ବିବାହ କରି ଅନ୍ୟତ୍ର ଚାଲି ଯାଇଛି l

ଏକ ମାତ୍ର ଭଉଣୀ ସୁକାନ୍ତି ଏବଂ ନିଜ ପ୍ରତିପୋଷଣ ପାଇଁ ବଡ ଭାଇ ସୁରେଶ ଏଣେ ତେଣେ କାମଧନ୍ଧା କରି ଚଳୁଥିବା ବେଳେ ନିଜ ପିଉସୀ ଉମା ଘଟୁଆଳ ଭଉଣୀ ସୁକାନ୍ତିକୁ ନିଜ ପାଖରେ ଆଶ୍ରୟ ଦେଇଛନ୍ତି l ଅନ୍ୟ ପକ୍ଷରେ ଉମା ଅତ୍ୟନ୍ତ ଗରିବ ହୋଇଥିବାରୁ ସୁକାନ୍ତିଙ୍କ ପ୍ରାଥମିକ ଶିକ୍ଷା ପରେ ବସ୍ତାନିରେ ଡୋରି ବାନ୍ଧିଥିଲେ l ସୁରେଶ ନିଜ କେତେକ ସାଙ୍ଗ ସାଥୀଙ୍କ ପ୍ରରୋଚନା ରେ ଗତ କିଛି ମାସ ପୂର୍ବେ ଅଧିକ ରୋଜଗାର ପାଇଁ ଆନ୍ଧ୍ରପ୍ରଦେଶ କୁ ଦାଦନ ଖଟିବାକୁ ଯାଇଥିଲା l

ତେବେ ରଜରେ ନିଜ ଭଉଣୀ ଓ ପିଉସୀଙ୍କ ପାଇଁ ନୁଆଁ ଲୁଗା ପଟା ସହ ନିଜ କେତେକ ସାଙ୍ଗଙ୍କ ସହ ସିକନ୍ଦରାବାଦ ରୁ ଟ୍ରେନ ଯୋଗେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ରାତିରେ କୌଣସି ଏକ ଷ୍ଟେସନ ପରଠାରୁ ସୁରେଶ ଟ୍ରେନରୁ ଗାୟବ ହୋଇଯାଇଥିଲା l ସାଙ୍ଗରେ ଆସୁଥିବା ଅନ୍ୟ କେତେକ ଯୁବକ ଟ୍ରେନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ନ ପାଇ ସେମାନେ ନିଜ ଗାଁକୁ ଫେରି ଆସିଥିଲେ l ସୁରେଶଙ୍କ ସାଙ୍ଗସାଥିଙ୍କ ଠାରୁ ଘଟଣା ଶୁଣିବା ପରେ ଭଉଣୀ ସୁକାନ୍ତିର ଆଖିର ଲୁହ ଶୁଖୁନଥିବା ବେଳେ ପିଉସୀ ଘରେ ଚୁଲି ଜଳିବା ବନ୍ଦ ହୋଇଯାଇଛି l

ପିଲାଟି ଦିନରୁ ମା କୁ ହରାଇ ବାପାର ସ୍ନେହରୁ ବଞ୍ଚିତ ସୁକାନ୍ତି ପୁଣିଥରେ ଭାଇକୁ ହରାଇବା ଭୟରେ ନାନା ଆଶା ଆଶଙ୍କା ଦେଇ ଗତି କରୁଥିବାବେଳେ ଗରିବ କସାଘାତରେ ଯୁଝୁଥିବା ପରିଣତ ବୟସରେ ପିଉସୀ ଉମା ନିଜ ଭାଇ ଭାଉଜଙ୍କ ସନ୍ତାନ ସନ୍ତତିଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି l ଅନ୍ୟ ପକ୍ଷରେ ନିଜ ଭାଇ ଓ ପୁତୁରାକୁ ଖୋଜିବା ପାଇଁ ଉଭୟେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking