24.1 C
Bhubaneswar
Thursday, January 9, 2025
Homeଓଡିଶାକ୍ରାନ୍ତିକାରୀ ଭଗତ ସିଂଙ୍କ ଶେଷ ପତ୍ର ରେ କଣ ଲେଖା ଥିଲା..

କ୍ରାନ୍ତିକାରୀ ଭଗତ ସିଂଙ୍କ ଶେଷ ପତ୍ର ରେ କଣ ଲେଖା ଥିଲା..

ଭୁବନେଶ୍ୱର : ଫାଶୀ ପୂର୍ବରୁ ମହାନ କ୍ରାନ୍ତିକାରୀ ଭଗତ ସିଂଙ୍କ ଯେଉଁ ପତ୍ର ମିଳି ଥିଲା ସେଥିରେ ଲେଖାଥିଲା ” ମୋର ପ୍ରିୟ ବନ୍ଧୁ ଓ ସାଥି ମାନେ ଏହା ସ୍ୱଭାବିକ ଅଟେ ବଞ୍ଚିବାର ଇଛା ମୋ ଭିତରେ ବି ରହିଛି । ମୁଁ ଏହାକୁ ଲୁଚେଇବାକୁ ଚାହୁଁନି କିନ୍ତୁ ଗୋଟିଏ ସର୍ତ୍ତରେ ବଂଚିପାରିବି ବନ୍ଦୀ ହୋଇ କିମ୍ବା ଆଜାଦ ହୋଇ । ମୋର ନାମ ହିନ୍ଦୁସ୍ଥାନ କ୍ରାନ୍ତିକାରୀ ର ପ୍ରତୀକ ହୋଇସାରିଛି । କ୍ରାନ୍ତିକାରୀ ଦଳ ର ଆଦର୍ଶ ମତେ ଏତେ ଉପରକୁ ଉଠାଇଛି ଯେ ବଞ୍ଚିବାର ସ୍ଥିତି ଠାରୁ ଅଧିକ ରେ ନାହିଁ । ମୋର ହସି ହସି ଫାଶୀ ଚଢ଼ିବାର ମୁହଁ ଦେଖି ଦେଶର ମାତା ମାନେ ନିଜ ଛୁଆଙ୍କ ଠାରେ ଭଗତ ସିଂ ପାଇବାର ଆଶା ରଖିବେ । ଆଜାଦୀ ପାଇଁ ଦେଇଥିବା ମୋର ଏହି କୁରବାନି ଏତେ ବଢ଼ିଯିବ ଯେ କ୍ରାନ୍ତି କୁ ରୋକିବା ଅସମ୍ଭବ ହୋଇଯିବ ।ଆଜିକାଲି ମତେ ନିଜ ଉପରେ ଗର୍ବ ହେଉଛି । ଏବେ ମତେ ଶେଷ ମୁହୂର୍ତ୍ତର ଅପେକ୍ଷା ରହିଛି ,ଆଶା କରୁଛି ଏହା ଜଲଦି ଆସୁ ।ଏହି ସବୁ ଲେଖି ଥିଲେ ନିଜ ଦେଶର ସମସ୍ତ ଯୁବ ପିଢ଼ି ପାଇଁ ।ଭଗତ ସିଂ ଙ୍କୁ ଫାଶୀ ଦେବା ସମୟରେ ଜେଲ ରେ ଥିବା କଏଦୀ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଆଖି ଲୁହରେ ଭିଜିଥିଲା। ଯେଉଁ ଯୁବ ବୟସରେ ଦେଶ ପାଇଁ ଭଗତ ସିଂ ଜୀବନ ଦେଇଥିଲେ ଆଜି କାଲି ର ଯୁବକ ମାନେ ଦେଶ ବିଷୟରେ ବି କିଛି କଥା ଜାଣି ନଥାନ୍ତି। ଦେଶ ପାଇଁ ଶହୀଦ ହୋଇଥିବା ସେହି ବୀର ପୁରୁଷଙ୍କୁ ଆମର ଶତ ଶତ ପ୍ରଣାମ ।
https://onakhabar.com/2020/03/13/sahid-diwas/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking