27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶନିର୍ମାଣାଧୀନ ସୁଡ଼ଙ୍ଗର ହେବ ନିରାପତ୍ତା ଆକଳନ: ନୀତିନ ଗଡ଼କରୀ

ନିର୍ମାଣାଧୀନ ସୁଡ଼ଙ୍ଗର ହେବ ନିରାପତ୍ତା ଆକଳନ: ନୀତିନ ଗଡ଼କରୀ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡିବା ଘଟଣାରେ ତାର ନିରାପତ୍ତା ଆକଳନ କରାଯିବ ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ସୁଡ଼ଙ୍ଗ ଭିତରେ ୧୭ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବା ପରେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଶ୍ରୀ ଗଡ଼କରୀ ଏହା କହିଛନ୍ତି। ସେ କହିଛନ୍ତି, ଏହିଭଳି ଘଟଣା ଆମ ପାଇଁ ପ୍ରଥମ ଥର ଘଟିଛି ଓ ଏଥିରୁ ଅନେକ କିଛି ଜଣାପଡିଛି।

ଆଗାମୀ ଦିନରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ ଓ ଶ୍ରମିକମାନଙ୍କ ନିରାପତ୍ତାକୁ ନିଶ୍ଚିତ କରିବା ନେଇ ଏହାର ନିରାପତ୍ତା ଆକଳନ କରାଯିବ। ତେବେ ଶ୍ରୀ ଗଡ଼କରୀ ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କୁ ଶୁଭକାମନା ଜଣାଇବା ସହ ଉଦ୍ଧାର କାର୍ଯ୍ୟରେ ସାମିଲ ସମସ୍ତ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking