29.1 C
Bhubaneswar
Saturday, July 27, 2024
Homeଓଡିଶାରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗା ଘଟଣାରେ ୨ ଗିରଫ

ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗା ଘଟଣାରେ ୨ ଗିରଫ

ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ । ରାଉରକେଲା ଠାରୁ ପୁରୀକୁ ଯାତ୍ରା କରୁଥିବା ସେମି ହାଇ ସ୍ପିଡ୍ ଟ୍ରେନ୍, ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ରବିବାର ସନ୍ଧ୍ୟାରେ ପଥର ଫିଙ୍ଗି ୱିଣ୍ଡୋ ପେନ୍ ନଷ୍ଟ କରିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଖୋର୍ଦ୍ଧା ରୋଡରେ ଥିବା ଆରପିଏଫର କ୍ରାଇମ ଇନଭେଷ୍ଟିଗେସନ୍ ଶାଖା (ସିଆଇବି) ଏବଂ ତାଳଚେର ସ୍ଥିତ ରେଳବାଇ ସୁରକ୍ଷା ବଳ ଥାନାର ମିଳିତ ଭାବରେ ଆମ୍ବୁସ୍ ଚେକ୍ କରିଥିଲା । ଗତକାଲି ସନ୍ଧ୍ୟା ସମୟରେ ଆମ୍ବୁସ୍ ୱାଚ୍ ସମୟରେ ସେମାନେ ଦୁଇଜଣ ସନ୍ଦିଗ୍ଧଙ୍କୁ ଘଟଣାସ୍ଥଳରୁ ଅଟକ ରଖିଥିଲେ ।

ରେଳ ଟ୍ରାକ୍ ପାର୍ଶ୍ୱରେ ଏଭଳି ବିଚ୍ଛିନ୍ନ ସ୍ଥାନକୁ ଆସିବାର ଉଦ୍ଦେଶ୍ୟ ବିଷୟରେ ସେମାନଙ୍କୁ ପଚରାଯାଇଥିବାବେଳେ, ସେମାନେ ମଦ୍ୟପାନ କରିବା ପରେ ମଜା ଏବଂ ଆନନ୍ଦ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗିଥିଲେ ବୋଲି ନିଜ ଦୋଷ ସ୍ୱୀକାର କରିଛନ୍ତି ।

ଏହାକୁ ଭିତ୍ତି କରି ରେଳବାଇ ଅଧିନିୟମ ଧାରା ୧୫୩, ୧୪୫ (ସି) ଏବଂ ୧୪୭ ରେ ଉଭୟଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ ଆଜି (ମଙ୍ଗଳବାର) ଢେଙ୍କାନାଳ ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ କୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking