31.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶକୋଟାରୁ ପୁଣି ଆସିଲା ଦୁଃଖଦ ଖବର; ବିଷ ପିଇ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ

କୋଟାରୁ ପୁଣି ଆସିଲା ଦୁଃଖଦ ଖବର; ବିଷ ପିଇ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ

ନୂଆଦିଲ୍ଲୀ: କୋଚିଂ ସହର କୋଟାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜଣଙ୍କ ପରେ ଜଣେ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ଧରୁନାହିଁ । ସୋମବାର ଏମିତି ଆଉ ଜଣେ କୋଚିଂ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଛାତ୍ରୀ ଉତ୍ତର ପ୍ରଦେଶର ମାଉ ସହରର ବାସିନ୍ଦା ଥିଲେ । ଏଠାରେ ସେ ବିଜ୍ଞାନନଗରସ୍ଥିତ ଏକ ହଷ୍ଟେଲରେ ରହି ନିଟ୍ କୋଚିଂ ନେଉଥିଲେ । ସୂଚନା ଅନୁସାରେ, କୋଚିଂ ସେଣ୍ଟର ବାହାରେ ଛିଡ଼ା ହୋଇ ଛାତ୍ରୀ ଜଣକ ବାନ୍ତି କରୁଥିବାର ଦେଖି ସେଠାରେ ଉପସ୍ଥିତ ଅନ୍ୟ ଛାତ୍ରୀମାନେ ଏ ନେଇ କୋଚିଂ ସଞ୍ଚାଳକଙ୍କୁ ଜଣାଇଥିଲେ । ଏହାପରେ ଛାତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତଲୱାଣ୍ଡିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କୋଚିଂ ଯିବା ପୂର୍ବରୁ ହିଁ ଛାତ୍ରୀ ବିଷ ପିଇ ଦେଇଥିଲେ, ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ବିଜ୍ଞାନନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ପରେ ହିଁ ଆତ୍ମହତ୍ୟାର କାରଣ ଜଣାପଡିବ । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking