28.7 C
Bhubaneswar
Thursday, July 25, 2024
Homeଦେଶ ବିଦେଶଜୀବନ ନେଲା କୋଇଲା ଧୂଆଁ; ଶ୍ୱାସରୁଦ୍ଧ ହେବାରୁ ଗୋଟିଏ ପରିବାରର ୪ ମୃତ

ଜୀବନ ନେଲା କୋଇଲା ଧୂଆଁ; ଶ୍ୱାସରୁଦ୍ଧ ହେବାରୁ ଗୋଟିଏ ପରିବାରର ୪ ମୃତ

ବେଙ୍ଗାଲୁରୁ: ରୁମକୁ ଗରମ ଓ ମଶା ଦାଉରୁ ରକ୍ଷା ପାଇଭା ପାଇଁ କୋଇଲା ଧୂଆଁ ଦେଇଥିଲେ । ଧୂଆଁରେ ଅଣନିଶ୍ୱାସୀ ହୋଇ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ଡୋଡାବାଲାପୁରାରେ । ସମସ୍ତ ମୃତକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ମଶା ଦାଉରୁ ରକ୍ଷା ପାଇବା ପାଇଁ ମୃତକ ଚାରି ଜଣ ଘର ମଧ୍ୟରେ ଏକ ବକ୍ସ ରଖି କୋଇଲା ରଖିଥିଲେ । ସମୟ ସମୟରେ ଘରେ ମଶା ନହେବା ପାଇଁ ଧୂଆଁ ଦେଉଥିଲେ । ଶନିବାର ରାତିରେ ଶୋଇଥିବା ସମୟରେ ଘରର କବାଟ ବନ୍ଦ କରି କୋଇଲା ଧୂଆଁ ଦେଇଥିଲେ ।

ଏହାପରେ ସମସ୍ତେ ଶୋଇ ପଡ଼ିଥିଲେ । ବିଳମ୍ବିତ ରାତିରେ ଧୂଆଁ ଅଧିକ ହୋଇଯିବାରୁ ସମସ୍ତେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ । ଅମ୍ଳଜାନର ଅଭାବ ଏବଂ କାର୍ବନ ମନୋକ୍ସାଇଡର ମାତ୍ରା ବୃଦ୍ଧି ହେତୁ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ୪ ମୃତକଙ୍କ ମଧୟରେ ଜଣେ ହେଉଛନ୍ତି କାଲେ ସରେରା । ସେ ଏକ କୁକୁଡ଼ା ଫାର୍ମରେ କାମ କରନ୍ତି । ରବିବାର ସକାଳ ସମୟରେ ଘରର ମାଲିକ କାଲେ ସରେରାଙ୍କୁ କଲ କରିଥିଲେ । କିନ୍ତୁ ସେ କୌଣସି ଉତ୍ତର ନଦେବାରୁ ସେ ଘରେ ପହଞ୍ଚି କବାଟ ବାଡ଼େଇଥିଲେ । ଏହାପରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଘରର ମାଲିକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking