30.1 C
Bhubaneswar
Sunday, May 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନ୍‌ରେ ଋଷ ସେନାର ବଢିଲା ଗତିବିଧି; ୧୦ ଦିନରେ ବଡ଼ ଧରଣର ଆକ୍ରମଣ ଆଶଙ୍କା

ୟୁକ୍ରେନ୍‌ରେ ଋଷ ସେନାର ବଢିଲା ଗତିବିଧି; ୧୦ ଦିନରେ ବଡ଼ ଧରଣର ଆକ୍ରମଣ ଆଶଙ୍କା

କିଭ୍ : ଫେବୃଆରୀ ୨୪ ରେ ଋଷ-ୟୁକ୍ରେନ୍ ଯୁଦ୍ଧକୁ ପୂରିବ ଗୋଟିଏ ବର୍ଷ । ହେଲେ ବି ଦୁଇ ଦେଶ ଭିତରେ ଜାରି ରହିଛି ସଂଘର୍ଷ । ପୂର୍ବ ୟୁକ୍ରେନକୁ ଋଷ ସେନା ନିଜ ଦଖଲରେ ନେଇସାରିଥିବା ବେଳେ ଆଗକୁ ସେଠାରେ ବଡ ଧରଣର ଆକ୍ରମଣ ପାଇଁ ନିଜର ପ୍ରସ୍ତୁତି ବଢାଇ ଦେଇଛି । ଏ ସମ୍ପର୍କରେ ୟୁକ୍ରେନର ଲୁହାନସ୍କ ପ୍ରଦଶରେ ଗର୍ଭନର ଆଶଙ୍କା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଗତ କିଛି ସପ୍ତାହ ହେବ ବାଖମୁଟ୍ ଓ ନିକଟସ୍ଥ ସହର ସୋଲେଦାର ଏବଂ ଭହୁଲେଦାରରେ ଋଷ ସେନାର ଆକ୍ରମଣ ଅଧିକ ବଢିଯାଇଛି ।

ସେହି କେବଳ ସେତିକି ନୁହେଁ ବ୍ରିଟିସ୍ ଗୁଇନ୍ଦା ବିଭାଗ ମଧ୍ୟ ମଙ୍ଗଳବାର କହିଛି ଯେ, ଆଗାମୀ ସପ୍ତାହରେ ଯୁଦ୍ଧର ଗତିପଥ ବଦଳାଇବା ପାଇଁ ମସ୍କୋ ପାଖରେ ଯଥେଷ୍ଟ କ୍ଷମତା ଅଛି । ପୁଟିନ୍‌ଙ୍କ ସେନା କବ୍‌ଜାରେ ଥିବା ପୂର୍ବ ୟୁକ୍ରେନ୍ର ଡୋନେଟସ୍କ୍ ଅଞ୍ଚଳ ଓ ଏହା ପାଖକୁ ଲାଗିଥିବା ଲୁହାନସ୍କ, ଡୋନବାସ୍ ଋଷ ସୀମାକୁ ଲାଗି ରହିଛି । ତେଣୁ ୟୁକ୍ରେନ୍ର ଆଶଙ୍କା ରହିଛି ଯୁଦ୍ଧକୁ ଏକ ବର୍ଷ ପୂରଣ ହେଉଥିବାରୁ ଋଷ ସ୍ପେଶାଲ ମିଲିଟାରୀ ଅପରେସନ୍ କରିପାରେ । ୟୁକ୍ରେନର ଗର୍ଭନର ବିଶେଷ କରି ୟୁଷ ସେନା ଦ୍ୱାରା ଦଖଲ ହୋଇଥିବା ଲୁହାନସ୍କ ପ୍ରଦେଶର ରାଜ୍ୟପାଳ ସେରହି ହାଇଦାଇ ନିକଟରେ ଏକ ୟୁକ୍ରେନୀୟ ଟିଭିକୁ ନିଜ ସାକ୍ଷାତକାରରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କିଛି ଦିନ ହେବ ଯଦିଓ ଗୁଳିକାଣ୍ଡ ଟିକେ କମ୍ ପଡିଥିଲା, କିନ୍ତୁ ଋଷ ସେନା ସେହି ଅଞ୍ଚଳରେ ଅତିରିକ୍ତ ଉପକରଣ ଓ ଅସ୍ତ୍ରଶସ୍ତ୍ର ଠୁଳ କରୁଥିବାର ଦେଖିବାକୁ ମିଳିଛି । ପୂର୍ବଭଳି ଗୁଳିଗୋଳା ବର୍ଷଣ ନକରି ଏହାକୁ ସଞ୍ଚୟ କରି ରଖୁଛନ୍ତି । ଫେବୃଆରୀ ମାସ ପରେ ସେମାନେ ଏଭଳି କରିବା ଆରମ୍ଭ କରିଛନ୍ତି, ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଠୁଳ କରିବାକୁ ଆଉ ୧୦ ଦିନ ସମୟ ଲାଗିବ । ୧୫ ଫେବୃଆରୀ ପରେ ଯେ କୌଣସି ସମୟରେ ବଡ ଧରଣର ଆକ୍ରମଣ କରାଯାଇ ପାରେ ବୋଲି ହାଇଦାଇ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking