19.1 C
Bhubaneswar
Saturday, January 25, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ରୁଷ୍‌ର କଟକଣା

ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ରୁଷ୍‌ର କଟକଣା

ମସ୍କୋ : ରୁଷ୍ ପକ୍ଷରୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ତାଙ୍କ କ୍ୟାବିନେଟର କେତେକ ମନ୍ତ୍ରୀ, ସାମ୍ବାଦିକ ଓ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ଉପରେ କଟକଣା ଲାଗୁ କରାଯାଇଛି । ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଚଳାଇଥିବାରୁ ପାଶ୍ଚାତ୍ୟ ରାଷ୍ଟ୍ର ସହ ହାତ ମିଳାଇ ଜାପାନ ମଧ୍ୟ ରୁଷ୍ ବିରୋଧରେ କଟକଣା ଜାରି କରିଛି ।

ତେଣୁ ପ୍ରତିଶୋଧ ପରାୟଣ ହୋଇ ରୁଷ୍ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଛି । କଟକଣା ତାଲିକାରେ ଜାପାନର ବିଦେଶମନ୍ତ୍ରୀ ୟୋସିମାସା ହାୟାସି ଓ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି ମଧ୍ୟ ସ୍ଥାନ ପାଇଛନ୍ତି । କେବଳ ଜାପାନ କାହିଁକି, ରୁଷ୍ ପକ୍ଷରୁ ଗତମାସରେ ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କ ସମେତ ପେଣ୍ଟାଗନର ୨୭ ଜଣ ବରିଷ୍ଠ ଅଧିକାରୀ, ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଏମାନଙ୍କ ବ୍ୟତୀତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ତାଙ୍କ କ୍ୟାବିନେଟର ଏକାଧିକ ମନ୍ତ୍ରୀ ଏବଂ କାନାଡାର ୬୧ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ରୁଷ୍‌ରେ ପ୍ରବେଶ କଟକଣା ଲାଗୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking