27.2 C
Bhubaneswar
Thursday, April 16, 2026
Homeଦେଶ ବିଦେଶଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୭.୨୯

ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୭.୨୯

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ଅପେକ୍ଷାକୃତ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ନିଜ ଦେଶର ସୀମା ଶୁଳ୍କ ନୀତିରେ ପରିବର୍ତ୍ତନ କରିବା ଏବଂ କାନାଡା, ମେକ୍ସିକୋ ଏବଂ ଚୀନ୍ ଉପରେ ବର୍ଦ୍ଧିତ ସୀମା ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶନାମା ସ୍ୱାକ୍ଷର କରିବାର ଦିନକ ପରେ ଏସବୁ ଦେଶର ମୁଦ୍ରା ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି। ଭାରତ ଉପରେ ମଧ୍ୟ ଏହାର ଜବରଦସ୍ତ ପ୍ରଭାବ ପଡ଼ିଛି। ସୋମବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ମୂଲ୍ୟ ପୁଣିଥରେ ୬୭ ପଇସା ପର୍ଯ୍ୟନ୍ତ ହ୍ରାସ ପାଇଛି, ଯାହାଫଳରେ ଆମେରିକାର ୧ ଡଲାର ମୂଲ୍ୟ ଏବେ ଭାରତୀୟ ଟଙ୍କା ହିସାବରେ ୮୭.୨୯କୁ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ ସୋମବାର ଫରେନ୍ ଏକ୍ସଚେଞ୍ଚ୍ (ଆନ୍ତଃବ୍ୟାଙ୍କ) ଡଲାର ପିଛା ୮୦ ଟଙ୍କାରୁ ଖୋଲିଥିବା ବେଳେ କାରବାର ଶେଷ ବେଳକୁ ଏହା ୮୭.୨୯ରେ ପହଞ୍ôଚଥିଲା। ପ୍ରକାଶ, ଟ୍ରମ୍ପ କାନାଡା ଏବଂ ମେକ୍ସିକୋ ଉପରେ ୨୫ ପ୍ରତିଶତ ଏବଂ ଚୀନ୍ ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ପ୍ରଥମେ ଭାରତ ମଧ୍ୟ ଏହି ତାଲିକାରେ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭାରତକୁ ଏଥିରୁ ବାଦ୍ ଦିଆଯାଇଛି। ତେବେ ଟ୍ରମ୍ପ୍‌ଙ୍କ ଏପ୍ରକାର ବର୍ଦ୍ଧିତ ସୀମା ଶୁଳ୍କ ନୀତି ଯୋଗୁ ବିଶ୍ୱସ୍ତରରେ ଏକ ବଡ଼ ଧରଣର ବାଣିଜ୍ୟ ଯୁଦ୍ଧ ଆଶଙ୍କା ଦେଖାଦେଇଛି। ଏହାର ପ୍ରଭାବ ଭାରତୀୟ ମୁଦ୍ରା ଉପରେ ମଧ୍ୟ ପଡ଼ିଛି, ଯାହା ଫଳରେ ଟଙ୍କା’ ଆଜି ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking