30.1 C
Bhubaneswar
Saturday, May 4, 2024
Homeଓଡିଶାଏପ୍ରିଲ ୯ରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା

ଏପ୍ରିଲ ୯ରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ହଟିଲା କଟକଣା, ଏବେ ନିନ୍ଦ୍ୱର୍ନ୍ଦରେ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭକ୍ତଶୂନ୍ୟ ଭାବରେ ପାଳିତ ହେଉଥିବା ରଥଯାତ୍ରାରେ ଯୋଗଦେବେ ସାଧାରଣ ଭକ୍ତ ।

ସୂଚନା ଅନୁଯାୟୀ, ଏପ୍ରିଲ ୯ରେ ଆରମ୍ଭ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା । ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସହ ସମନ୍ୱୟ ବୈଠକରେ ରଥାଯାତ୍ରାର ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ୯ ତାରିଖ ଦିନ ୧୨ଟା ୩୦ ରୁ ୧ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥାରୂଢ ନୀତି ହେବ ଏବଂ ଅପରାହ୍ନ ୩ଟା ୩୦ ରୁ ରଥଟଣା ଆରମ୍ଭ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିଭଳି ବାହୁଡ଼ା ଯାତ୍ରା ୧୩ରେ ହେବା ନେଇ ମଧ୍ୟ ନିଷ୍ପତ୍ତି । ଏହି ବୈଠକରେ ଉପ-ଜିଲ୍ଲାପାଳ, ବିଏମସି ଅତିରିକ୍ତ କମିଶନର ବୈଠକରେ ସାମିଲ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking