31.1 C
Bhubaneswar
Tuesday, April 23, 2024
Homeଓଡିଶାଧାମନଗର ଏନ୍‌ଏସି ଅଞ୍ଚଳରେ ୧୪୪ ଧାରା ଲାଗୁ

ଧାମନଗର ଏନ୍‌ଏସି ଅଞ୍ଚଳରେ ୧୪୪ ଧାରା ଲାଗୁ

ଭଦ୍ରକ: ଭୋଟଗଣତି ପାଇଁ ଭଦ୍ରକ ଜିଲ୍ଲା ଧାମନଗରରେ କଟକଣା ଜାରି କରିଛି ପ୍ରଶାସନ । ସ୍ଥାନୀୟ ଏନ୍‌ଏସି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବା ନେଇ ସୂଚନା ମିଳିଛି । ଆଜି ରାତି ୯ଟାରୁ ଆସନ୍ତା ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏନ୍‌ଏସିରେ ଏହି କଟକଣା ବଳବତ୍ତର ରହିବ ।

ଏହି ସ୍ଥାନରେ କୌରସି ଆଇନଶୃଙ୍ଖଳା ଉପୁଜିବା ଆଶଙ୍କାରେ ଏମିତି ନିଷ୍ପତ୍ତି ନେଇଛନ୍ତି ଭଦ୍ରକର ଉପଜିଲ୍ଳାପାଳ । ଧାମନଗର କଲ୍ୟାଣ ମଣ୍ଡପ ଭୋଟଗଣତି କେନ୍ଦ୍ର ନିକଟରେ ୪ ଚକିଆ ଯାନକୁ ବାରଣ କରାଯାଇଛି । ତେବେ ଏହି କଟକଣାରେ ଖିଲାପ କଲେ କିମ୍ବା ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking