32.1 C
Bhubaneswar
Thursday, May 2, 2024
Homeଓଡିଶାରଥଯାତ୍ରାରେ ସମ୍ପୃକ୍ତ ସମସ୍ତଙ୍କର ହେବ ଆର୍‌ଟି-ପିସିଆର୍ ଟେଷ୍ଟ

ରଥଯାତ୍ରାରେ ସମ୍ପୃକ୍ତ ସମସ୍ତଙ୍କର ହେବ ଆର୍‌ଟି-ପିସିଆର୍ ଟେଷ୍ଟ

ପୁରୀ : ରଥଯାତ୍ରା ସହିତ ସଂଶ୍ଳିଷ୍ଟ ସମସ୍ତ ସେବାୟତ, ଅଧିକାରୀ ଓ କର୍ମଚାରୀମାନଙ୍କର କୋଭିଡ୍ ଟେଷ୍ଟ କରାଯାଉଛି । ରଥଯାତ୍ରା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି । ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ ପାଇଁ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରାଗଲାଣି । ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ୯୮ଭାଗ ଶେଷ ହେଲାଣି ଓ ଆଜି ସୁଦ୍ଧା ୩ ରଥର ନିର୍ମାଣ ସମ୍ପୂର୍ଣ୍ଣ ହୋଇଯିବ । ବୈଷୟିକ କମିଟିର ମତାମତ ନିଆଯାଇ ରଥ ଟଣାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ କହିଛନ୍ତି ଯେ ରଥଯାତ୍ରା ସହିତ ସଂଶ୍ଳିଷ୍ଟ ସମସ୍ତଙ୍କର ଆର୍‌ଟି-ପିସିଆର୍ ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଛି । ୮ତାରିଖରୁ ୪ଟି ସେଣ୍ଟରରେ ସେବାୟତଙ୍କର ଟେଷ୍ଟିଂ କରାଯାଉଥିବାବେଳେ ୩ଟି ସେଣ୍ଟରରେ ଅଧିକାରୀ ଓ କର୍ମଚାରୀଙ୍କର ଟେଷ୍ଟିଂ କରାଯାଉଛି । ସମସ୍ତ ସେବାୟତ ଟେଷ୍ଟିଂ ସେଣ୍ଟରକୁ ଯାଇ ପରୀକ୍ଷା କରାଇନେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଶ୍ରୀବର୍ମା ପ୍ରକାଶ କରିଥିଲେ ଯେ ନେଗେଟିଭ୍ ରିପୋର୍ଟ ମିଳିବା ପରେ ହିଁ ସେବାୟତମାନେ ରଥଟଣାରେ ଭାଗ ନେଇପାରିବେ । ମହାରଣାମାନେ ୨ମାସ ହେଲା ଆଇସୋଲେସନ୍‌ରେ ରହିଛନ୍ତି । ତଥାପି ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁଯାୟୀ ସେମାନଙ୍କର ମଧ୍ୟ ଟେଷ୍ଟିଂ କରାଯିବ । ଦଇତାପତିମାନଙ୍କ ସହିତ ପ୍ରଶାସନର ବୈଠକ ହୋଇଛି ଓ ସଂପ୍ରତି ଠିକ ଭାବେ ନୀତି ସମ୍ପନ୍ନ ହେଉଛି । ତେଣୁ ରଥଯାତ୍ରାରେ କୌଣସି ଅସୁବିଧା ହେବନାହିଁ । ଗଜପିତଙ୍କ ସହ ରଥଯାତ୍ରାର ସୁପରିଚାଳନା ନେଇ ଆଲୋଚନା କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking