ରାଉରକେଲା (ସୁବୋଧ ନାୟକ): ଓଡ଼ିଶା ପୁଲିସ ଡିଜିପି ଅଭୟ ଆଜି ସୁନ୍ଦରଗଡ଼ ଓ ରାଉରକେଲା ଗସ୍ତରେ ଆସି ରାଉରକେଲା ଏସପି କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ସାମ୍ବାଦିକ ମାନଙ୍କୁ ଲକ ଡାଉନ ସମ୍ବନ୍ଧରେ କହିଥିଲେଯେ, ଆସନ୍ତା ୫ ତାରିଖରୁ ମେ ୧୯ ଯାଏ ପୁରା ଓଡ଼ିଶାରେ ଲକ ଡାଉନ ହେବା ସହ ସୁନ୍ଦରଗଡ଼ ଜିଲା ସମେତ ରାଉରକେଲାରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଇନଫୋର୍ସମେଂଟକୁ ଆହୁରି କଡ଼ା କରାଯିବ । ଅନ୍ୟପକ୍ଷରେ ରାଉରକେଲା ଓ ସୁନ୍ଦରଗଡ଼ ପୁଲିସ ଅକ୍ସିଜେନ ଟ୍ୟାଙ୍କରକୁ ପୁଲିସ ସହାୟତାରେ ଅନ୍ୟ ରାଜ୍ୟକୁ ପଠାଯିବା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶେଷ କରି ରାଉରକେଲା, ଢେଙ୍କାନାଳ, ଅନୁଗୁଳ ଟ୍ୟାଙ୍କର ଯୋଗେ ଅକ୍ସିଜେନ ପଠାଯାଇଥିଲା । ତା ସହିତ ଏହି ଲକ ଡାଉନ ସମୟରେ ଅମାନିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲକ ଡାଉନ ବେଳେ, ରାଉରକେଲାରେ ଥିବା ସମସ୍ତ ବ୍ୟାରିକେଡ଼ରେ ଯାନବାହାନ ଗୁଡ଼ିକ ଯାଂଚ କରାଯିବା ସହ ବିନା କାରଣରେ ବାହାରକୁ ବାହାରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ପୁଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଅବସରରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ କହିଥିଲେଯେ, ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ସୀମାରେ ଗାଡ଼ି, ମୋଟର ଗୁଡ଼ିକୁ କଡ଼ାକଡ଼ି ଭାବେ ଯାଂଚ କରାଯାଉଛି । ପୁଲିସ ଫୋର୍ସ ଓ ମୋବାିଲ ଫୋର୍ସକୁ ଶକ୍ତ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଯାନବାହାନକୁ ଯାଂଚ କରିବା ସହ ଗାଡ଼ି ନମ୍ବରକୁ ଉଲ୍ଲେଖ କରାଯିବା ସହ ମେସିନ ଦ୍ୱାରା କରୋନା ମିଟର ଦ୍ୱାରା ଯାଂଚ କରାଯାଉଛି । ଲକ ଡାଉନ ସମୟରେ ଅମାନିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ । ଲୋକଙ୍କୁ ଘରେ ରହିବାକୁ ଅପିଲ କରୁଛି ପୁଲିସ । ଆଜି ରାଉରକେଲା ଏସପି ମୁକେଶ କୁମାର ଭାମୁ, ଓଏସଏପି କମାଡେଂଟ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।
ସଟଡାଉନର ତୃତୀୟ ସପ୍ତାହରେ ବଜାର ବନ୍ଦ
ରାଉରକେଲା(ସୁବୋଧ ନାୟକ): ସମଗ୍ର ଭାରତବର୍ଷ ସମେତ ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ କରୋନା ମହାମାରୀକୁ ନେଇ ଆଜି ସଟଡ଼ାଉନର ତୃତୀୟ ସପ୍ତାହ ରବିବାରରେ ରାଉରକେଲା ଓ ଇସ୍ପାତ ସହରର ସମସ୍ତ ବଜାର ବନ୍ଦ ରହିଥିଲା । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିଲା । ବିଶେଷ କରି ହସ୍ପିଟାଲ, ଔଷଧ ଦୋକାନ, ଦୁଗ୍ଧ ଦୋକାନ, ପେଟ୍ରୋଲ ପମ୍ପ ଓ ଏଟିଏମ ଗୁଡ଼ିକ ଖୋଲା ରହିଥିଲା । ଅପରପକ୍ଷରେ ସଟ ଡାଉନକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ଯାନବାହାନ ଓ ବାଇକକୁ ଯାଂଚ କରାଯାଇଥିଲା ।
ବିଶ୍ରା ଛକ ଠାରୁ ପାନପୋଷ ଗାନ୍ଧି ଛକ ଯାଏ ମୁଖ୍ୟ ମାର୍ଗରେ ପୁଲିସ ପକ୍ଷରୁ ବ୍ୟାରିକେଡ଼ କରାଯିବା ସହିତ ବାଇକ ଓ ଗାଡ଼ିରେ ବୁଲୁଥିବା ଲୋକଙ୍କୁ ଅଟକାଇ ପଚରାଉଚରା କରାଯାଇଥିଲା । ବିନା କାମରେ ବାହାରେ ବୁଲୁଥିବା ଲୋକଙ୍କୁ ଅଟକାଇବା ସହିତ ଚେତାବନୀ ଦେଇ ପୁଲିସ ଛାଡ଼ି ଦେଇଥିଲା । ଅନ୍ୟପକ୍ଷେ ଆସନ୍ତା ମେ ୫ ତାରିଖରୁ ୧୯ ଯାଏ ରାଜ୍ୟ ସରକାରଙ୍କ ଦ୍ୱାରା ଲକ ଡାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ୬ଟାରୁ ମଧ୍ୟାହ୍ନ ୧୨ ଯାଏ ଖୋଲା ରହିବା ସହିତ ଅନ୍ୟ ଦୋକାନ ଗୁଡ଼ିକ ବନ୍ଦ ରହିବ । ଆଜି ସଟଡାଉନକୁ ନେଇ ବିଶ୍ରାଛକ, ମଧୁସୂଦନ ଛକ, ପ୍ଲାଟ ସାଇଟ ଛକ, ପାୱାର ହାଉସ ଛକ, ଉଦିତନଗର ସ୍ଥିତ ଆମ୍ବେଦକର ଛକ, ଏସଟିଆଇ ଛକ, ପାନପୋଷ ଗାନ୍ଧି ଛକ ସମେତ ଅନ୍ୟ ଛକରେ ପୁଲିସ ପକ୍ଷରୁ ବ୍ୟାରିକେଡ଼ କରାଯାଇଥିଲା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲୋକ ମାନଙ୍କୁ ଘରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ କୁହାଯାଉଥିଲା । ତା ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ସହ ମାସ୍କ ବ୍ୟବହାର କରିବା, ହାତ ଓ ସାନିଟାଇଜେର ବ୍ୟବହାର କରିବାକୁ କୁହାଯାଇଥିଲା ।