ଇଂଟର ଡିପାର୍ଟମେଣ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଡିଜଲ ବିଭାଗ ବିଜୟୀ

ରାଉରକେଲା : ସେରସା ବନ୍ଧମୁଣ୍ଡା ଦ୍ୱାରା ଆୟୋଜିତ ଇଣ୍ଟର ଡ଼ିପାର୍ଟମେଣ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଡିଜଲ ବିଭାଗ ବିଜୟୀ ଲାଭ କରିଛି । ଫାଇନାଲ ମ୍ୟାଚରେ ଡିଜଲ ବିଭାଗ ଟିମ୍ ଆରଏସ ବିଭାଗକୁ ୪ ୱିକେଟରେ ପରାସ୍ତ କରିଥିଲା । ପାଇନାଲ ମ୍ୟାଚରେ ଟଚ ଜିତି ଆରଏସଓ ବିଭାଗ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ୧୫ ଓଭରରେ ୧୧୫ ରନ ସଂଗ୍ରହ କରିଥିଲା । ଏହାକୁ ଲକ୍ଷ୍ୟ ରଖି ଡିଜଲ ବିଭାଗ ଟିମ ବ୍ୟାଟିଂ କରିଥିଲା । ଓଭରର ଶେଷ ବଲରେ ବିଜୟ ହାସଲ କରିଥିଲା । ୬ ୱିକେଟରେ ୧୧୬ ରନ ସଂଗ୍ରହ କରିଥିଲେ । ଫାଇନାଲ ମ୍ୟାଚରେ ଅମ୍ପିୟାର ଭାବରେ କେକେ ମହାନ୍ତି ଓ ପିକେ ଗୁପ୍ତା ଅମ୍ପିୟାରସିପ କରିଥିଲେ । ମୁଖ୍ୟ ଅତିଥି ଭାବେ ସନ୍ତୋଷ କୁଜୁର(ଏସିଏମଏସ, ରେଲୱେ ହସ୍ପିଟାଲ ବନ୍ଧମୁଣ୍ଡା), ସମ୍ମାନିତ ଅତିଥି ଭାବେ ଦିନେଶ ବର୍ମା( ସିନିୟର ଡିଇଇ), ଅମିତ କୁମାର ଯାଦବ( ସିନିୟର ଡିଇଇ), ପଂଚାନନ ବେହେରା(ସିନିୟର ଡିଏମଇ), କୁତୁଲୁ ମୂର୍ମୂ, ଫୁତେପୁଲ ଖାଖା ଉପସ୍ଥିତ ଥିଲେ । ଅତିଥି ମାନଙ୍କ ଦ୍ୱାରା ବିଜୟୀ ଦଳଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ସଫଳ ପରିଚାଳନାରେ ଡି. ଚନ୍ଦ୍ରଶେଖର ରାଓ, ସୁରେଶ କୁମାର, ବିନୟ କୁମାର, ମଙ୍ଗା ରେଡ଼ି, ଉଜ୍ଜଲ ଭଟ୍ଟାଚାର୍ଯ୍ୟ, ତାପସ ବାନାର୍ଜୀ, ପୁନମ ଦୁବେ, ମନୋଜ ମୁଖୀ, ଏସକେଡିଓ ଡିପି ସାହୁ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here